-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
04-May-2021
ବରଗଡ଼ (ମୁକୁନ୍ଦ ଦାସ) ଆଜି ବରଗଡ଼ରେ ଅବସ୍ଥାପିତ ଏସିସି କୁ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ନିଜସ୍ୱ ସି.ଏସ.ଆର ପାଣ୍ଠିରୁ ଆଇ.ସି.ୟୁ ଓ ଭେଣ୍ଟିଲେଟର ସୁବିଧା ସହିତ ଏକ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବା ପାଇଁ ଏସିସି କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ବରଗଡ଼ ସିମେଣ୍ଟ କାରଖାନାରୁ କୋଟି କାଟି ଟଙ୍କା ଆଦାୟ କରୁଛି ହେଲେ ବରଗଡ଼ ସହର ପ୍ରତି ଏହାର ଅବଦାନ ଶୂନ ! ଏହା ଆଶ୍ଚର୍ଯ୍ୟର ବିଷୟ କିନ୍ତୁ ଏହି ମହାମାରୀ ସମୟରେ ଯଦି ଏହି ଏସିସି ନିଜସ୍ୱ ସି.ଏସ.ଆର ପାଣ୍ଠିର ସୁବିନିଯୋଗ ବରଗଡ଼ ରେ ନକରିବ ତେବେ ଆଉ କେବେ ? ଆଜି ବିଜେପିର ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ପ୍ରୀତମ ସିଂ, ସାଂସଦ ପତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚା ସଭାପତି ଅମିତ ପଣ୍ଡା, ପରୀକ୍ଷିତ ଛତର , ଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ