-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
02-May-2021
ବୌଦ୍ଧ(ଶ୍ରୀବନ୍ତମେହେର): ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି କୁ ଦ୍ରୁଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ଥିବା ୧୩ ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବା ଜଣାପଡ଼ିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତର ଚାରିଛକ, ଧଲପୁର୍ ଗ୍ରାମ୍ ପଂଚାୟତ ବେତ୍ରାସାହି, ଆଡେଣିଗଡ ପଞ୍ଚାୟତ ର ଆଡେନିଗଡ଼, ପୁରୁଣା କଟକ ପଞ୍ଚାୟତର ପୁରୁଣାକଟକ, ହରଭଙ୍ଗା ଗ୍ରାମ ପଞ୍ଚାୟତର କୋଡlସିଙ୍ଗା ଓ ସମଲପୁର, ଲୁଣିବାହାଲ ଗ୍ରାମ ପଞ୍ଚାୟତର ବଡବନ୍ଧ, ରାମଗଡ଼ ପଞ୍ଚାୟତର ରାମଗଡ଼, ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତର ଲୁଣ୍ଡାବେରଣୀ, ଓ ମୁର୍ଶୁଣ୍ଢ1 ଏବଂ ବୌଦ୍ଧ ଏନଏସି ର ଦୈନିକ୍ ବଜାର ୱାର୍ଡ ନମ୍ବର୍ ୩, ବାବୁସାହି, ଖଲିଆବଗିଚାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି | ଉପରୋକ୍ତ ଗ୍ରାମ ଗୁଡିକର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ କରାନଯାଇ ସେହି ଗ୍ରାମର ଯେଉଁ ଅଞ୍ଚଳରେ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି ସେହି ପାଖାପାଖି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି |