-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
02-May-2021
ପାଟଣାଗଡ଼ (ଗୋରେଖନାଥ ବରିହା ) ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଅଧିନିୟମ ୧୯୯୩ ଧାରା ୯ ର ଉପଧାରା ୧ (କ) ଦ୍ଵାରା ଅର୍ପିତ କ୍ଷମତା ର ପ୍ରୟୋଗ କ୍ରମେ ଏଥିପରେ ଓଏସ୍ ସିବିସି ( OSCBC) , ଅଧିନିୟମ ୧୯୯୩ ଭାବରେ ନାମିତ ପଛୁଆ ବର୍ଗ କମିଶନ ସଂଶୋଧନ ଅଧିନିୟମ (୨୦୨୦) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ଥିବା ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ତଥା ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତରେ ସମଗ୍ର ରାଜ୍ୟରେ ପଛୁଆ ବର୍ଗ ର ଲୋକମାନଙ୍କର ବର୍ତ୍ତମାନ ଥିବା ଥିବା ସାମାଜିକ ଶିକ୍ଷାଗତ ସ୍ଥିତି ର ସର୍ଭେ କାର୍ଯ୍ୟ ନିଯୁକ୍ତ ପାଇଁ ଏନୁମରେଟର ଓ ସୁପରଭାଇଜର ପରିକ୍ଷଣ ଶିବିର ଖପ୍ରାଖୋଲ ବ୍ଳକ ସଭା ଗୃହ ରେ ତା ୧୬ .୪ ୨୦୨୧୧ ଦିନ ବିଡିଓ ତରଣୀ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ର ୨୧ ଗୋଟି ପଞ୍ଚାୟତ ରୁ ପାଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ , ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯୋଗଦେଇ ଥିଲେ । ଅନୁଷ୍ଠିତ ଶିବିର ଓଡ଼ିଶାର ପଛୁଆ ବର୍ଗ ଲୋକଙ୍କ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କିପରି କରିବା ସେ ବିଷୟରେ ଟ୍ରେନିଂ ଦିଆଯାଇଥିବା ସଙ୍ଗେ ଏନୁମରେଟର ଙ୍କ ପାଖରେ କିଟ୍ ରେ ଆବଶ୍ୟକ କିଟ୍ ଯଥା ଟ୍ରଙ୍କ ସହିତ ତାଲା ଓ ଚାବି, I.C.R.ସର୍ଭେ ଫର୍ମ ,ଏନୁମିଟର ଙ୍କ ନିମନ୍ତେ ସହାୟକ ପୁସ୍ତିକା , ନୋଟବୁକ , ଦୈନିକ ରିପୋର୍ଟିଂ ଫର୍ମ , କଇଁଞ୍ଚି , ପେନ୍ ( କଲାବଲପଏଣ୍ଟ) ଇଙ୍କ୍ ପ୍ୟାଡ ,ଏଫୋର ସାଇଜ଼ ଲଫାପା , ପରିଚୟପତ୍ର ,ପ୍ୟାକିଂ ଆଇଟମ ( ଚଉଡା ବ୍ରାଉନ ଟେପ୍ ଗମ୍ଅଠା ଆଢେସିଭ ,) ଏସଇବିସି ଲିଷ୍ଟ ସହିତ କୋଡ଼ ,ଓ ବିଭିନ୍ନ କୋଡ଼ ଲିଷ୍ଟ ,ମାସ୍କ ,ସାନିଟାଇଜର ,ଗ୍ଲୋଭ ଆଦି ପାଖରେ ରଖିବା ଉପରେ ଟ୍ରେନିଂ ପ୍ରଦାନ କରାଯାଇଥିଲା । ପରେ ସହାୟିକା ପୁସ୍ତିକା ରୁ ଟ୍ରେଂନ ରେ ଭାଗନେଇ ଥିବା ଶିବିରାର୍ଥି ଙ୍କ ଦକ୍ଷତା ବୃଦ୍ଧି ପାଇଁ ୪୦ ମାର୍କ ର ପରିକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରିକ୍ଷାରେ ୨୦୨୧ ରେ ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ସର୍ଭେ ପୁସ୍ତିକା ଅନୁଷେଦ ନିୟମ ଅନୁସାରେ ନେଇ ଲିଖିତ ପରିକ୍ଷା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପରିକ୍ଷା ରେ ପ୍ରାୟ ୪୦ ଜଣ ପରିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ବାଘ ମୁଣ୍ଡ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରାଧେଶ୍ୟାମ ମେହେର ୪୦ ମାର୍କ ପ୍ରଶ୍ନ ପତ୍ର ର ସମସ୍ତ ୪୦ ଗୋଟି ପ୍ରଶ୍ନ ର ସଠିକ ଉତ୍ତର ଦେଇ ସମ୍ପୂର୍ଣ୍ଣ ୪୦ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ୍ ହୋଇଛନ୍ତି । ତାଙ୍କର ଏହି କୃତକାର୍ଯ୍ୟ ପାଇଁ ବିଡିଓ ତରଣୀ ସୁନା ଓ ବ୍ଳକ ପଞ୍ଚାୟତ ଅଧିକାରୀ ଙ୍କୁ ଶ୍ରେୟ ଦେଇଛନ୍ତି । ରାଧେଶ୍ୟାମ ମେହେର ଜଣେ ଶାନ୍ତ ଶିଷ୍ଠ ମେଲାପ ,ସେ ବର୍ତ୍ତମାନ ବାଘ ମୁଣ୍ଡ ଓ ଚଙ୍ଗରିଆ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହ ଅଧିକାରୀ ଭାବରେ ସୁଚାରୁରୂପେ ଲୋକ ଙ୍କ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଶ୍ରୀ ମେହେର ଉଭୟ ପଞ୍ଚାୟତ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି କୃତକାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ଶୁଅ ଛୁଟୁଛି ।