-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ଲୋଇସିଂହା (ବିନୋଦ କୁମାର ଦୀପ)- ଲୋଇସିଂହା ବ୍ଲକ କାନ୍ଦାଜୁରୀ ପଂଚାୟତର ଏ ହେଉଛି ଏକ ଅଭାବନୀୟ ଚିତ୍ର l ପଞ୍ଚାୟତର ପ୍ରବେଶ ଦ୍ୱାରରେ ପୁରୁଣା କୋଠା ଭୁଶୁଡି ଯାଇଛି l କେବଳ ଝୁଲି ରହିଛି ଘରର ଆଜବେଷ୍ଟସ ଟାଏ ଯାହାକି ବିପଦସଂକୁଳ ଅବସ୍ଥାରେ ରହିଛି l ଲୋକେ ଯିବାଆସିବା ବେଳେ କେଉଁ ମୁହୁର୍ତରେ ବି ଆଜବେଷ୍ଟସ ଖସି କିଛି ବି ହେଇପାରେ l ଅନ୍ୟଟି ହେଲା ଏଠି ୬ ଲକ୍ଷ ୫୦ ହଜାରରେ ପିଇଓ ଅଫିସ ତିଆରି ହେଉଛି ଯାହାକି ଶୀଘ୍ରହେବା କଥା ମନ୍ଥର ଗତିରେ ଚାଲିଛି l ଏହା ବ୍ୟତୀତ ଏହି କୋଠାରେ ତଳ ପ୍ରସ୍ଥ ସାଧା ଇଟାରେ ତିଆରି ହେବାବେଳେ ଉପର ଆଡକୁ ମାତ୍ର କିଛିକାଂସ ସିମେଣ୍ଟ ଇଟାରେ ତିଆରି ହେଉଛି l ନିୟମନୁଯାୟୀ ସରକାରୀ କୋଠା ସବୁ ସିମେଣ୍ଟ ଇଟାରେ ହେବା କଥା କିନ୍ତୁ ଏଠି ସରକାରଙ୍କ ନିୟମକୁ ଅବମାନନା କରି ନିଜ ମନଇଛା କାର୍ଯ୍ୟ ଚଳାଇଛନ୍ତି l ଏଣୁ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟିଦେଇ ଉଚିତ ପଦକ୍ଷେପ ନେବା ଦରକାର l