-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ମାଲକାନଗିରି,(ପ୍ରେରଣା ଖବର ବ୍ୟୁରୋ) : ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ପୋଲିସ୍ ଏସ୍ଆଇଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କ ଦ୍ୱାରା ଅପହୃତ ପୋଲିସ୍ ଏସ୍ଆଇ ମୁରଲୀ ତାତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏସ୍ଆଇଙ୍କୁ ହତ୍ୟା ପରେ ମାଓବାଦୀମାନେ ପ୍ରେସ୍ନୋଟ୍ ଜାରି କରିଛନ୍ତି। ଏସ୍ଆଇ ମୁରଲୀଙ୍କୁ ପିଏଲ୍ଜିଏ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ କରାଯାଇଛି। ପ୍ରେସ୍ନୋଟ୍ରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି, ମାଓ ସଙ୍ଗଠନକୁ ଦମନ ପାଇଁ ଡିଆର୍ଜିରେ ମୁରଲୀ ତାତି ସାମିଲ ହୋଇ ଅନେକ କ୍ଷତି ପହଞ୍ଚାଇ ଥିଲେ। ତେଣୁ ପ୍ରଜକୋର୍ଟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଏସ୍ଆଇଙ୍କୁ ହତ୍ୟା ପରେ ମାଓବାଦୀମାନେ କୁସୁମପାରା ନିକଟରେ ତାଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିଲେ।