-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
15-Apr-2021
ବଲାଙ୍ଗୀର :(ପ୍ରେରଣା ଖବର): ବଲାଙ୍ଗୀର ଚିମନିଭାଟି ପଡା ର ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶ ଙ୍କ ୪୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି ା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଜନ୍ମିତ ମନୋଜ କୁମାର ଦାଶ ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବେ ୨୪ ବର୍ଷ ଧରି ଦେଶ ମାତ୍ରୁକାର ସେବା କଲାପରେ ଗତ ୨୦୨୦ ରେ ଜୁନିଅର୍ କମିସନଡ୍ ଅଫିସର୍ ଭାବେ
ସେନାବାହିନୀରୁ ଅବସର ନେଇଥିଲେ ା ଅବସର ପରେ ବଲାଙ୍ଗୀର ସହର ଚିମନୀଭାଟି ପଡାରେ ନିଜ ପରିବାର ସହ ରହୁଥିଲେ ା ଗତ ୧୨ ତାରିଖ ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ା ଏଣ୍ଟିଜେନ ପରୀଖ୍ୟାରୁ ସେ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା ା ତାଙ୍କୁ ପ୍ରଥମେ ବିବିଏମସିଏଛ୍ କୋଭିଡ୍ ଆଇସିୟୁ ରେ ଭର୍ତ୍ତି କରାଯିବା ପରେ ଶରୀରରେ ଅକ୍ସିଜେନ୍ ମାତ୍ରା କମି ଯାଉଥିବାରୁ ବୁର୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ା ତେବେ ବୁର୍ଲାରୁ ୧୨ ତାରିଖ ସଂଧ୍ୟାରେ ସମ୍ବଲପୁର ର ଏକ ଘରୋଇ ନର୍ସିଂହୋମ୍ ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ା ୧୪ ତାରିଖ ରାତି ୧୦ ଟା ୪୫ ମିନିଟ୍ ସମୟରେ ଡାକ୍ତର ମନୋଜ ଙ୍କୁ ମ୍ରୁତ ଘୋଷଣା କରିଥିଲେ ା କୋଭିଡ ନିୟମ ଅନୁସାରେ ତାଙ୍କ ମ୍ରୁତଦେହକୁ ଆଜି ସକାଳେ ସମ୍ବଲପୁର ସ୍ମଶାନଘାଟ ଠାରେ ଦାହ ସଂସ୍କାର କରାଯାଇଥିଲା ା ତାଙ୍କ ବିଧବା ପତ୍ନୀ ସହ ୨ ଛୋଟ ପୁଅ, ବାପା, ମାଁ ଓ ଭାଇ ଭଉଣୀ ରହିଛନ୍ତି ା ବଡଭାଇ ବିଜୟ ମୁଖାଗ୍ନି ଦେଇଥିଲେ ା ସ୍ବର୍ଗତ ମନୋଜ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ମେଳାପୀ ଯୁବକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ ା ତାଙ୍କ
ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ା ବଲାଙ୍ଗୀର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ପଖ୍ୟରୁ ଗଭୀର ଶୋକ ପ୍ରକାଶ ପାଇଛି ା