-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
11-Apr-2021
ମୁମ୍ବାଇ(ପ୍ରେରଣା ଖବର) :ଆର୍ଥିକ ରାଜଧାନୀ ମୁମ୍ବାଇରେ ଲକ୍ଡାଉନ୍ ମଧ୍ୟରେ ରବିବାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନାଭି ମୁମ୍ବାଇର ବାଶି ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଖବର ମିଳିବା ପରେ ୫ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ବିଲ୍ଡିଂର ଉପର ତାଲାରୁ ପ୍ରବଳ ମାତ୍ରାରେ ଧୂଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳିଛି।
ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ମହାରାଷ୍ଟ୍ରରେ ପୂର୍ବରୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଧନ ଜୀବନ ହାନି ଘଟିଛି। ମୁମ୍ବାଇର ଦହିସର ଜମ୍ବୋ କୋଭିଡ କେନ୍ଦ୍ରରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଲାଗିଥିଲା। ଏଠାରେ ଏକାଧିକ ଦମକଳ ପହଞ୍ଚି ବହୁ କଷ୍ଟ ପରେ ନିଆଁ ଆୟତ କରିବାରେ ସକ୍ଷମ ହୋଇଥିଲା । ନିକଟରେ ଏକ ମଲ୍ରେ ନିର୍ମାଣଧୀନ ହସ୍ପିଟାଲରେ ହଠାତ ନିଆଁ ଲାଗିଯିବାରୁ ପାଖାପାଖି ୧୧ ଜଣଙ୍କ ଜୀବନ ଯାଇଥିଲା।