-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ରାଜ୍ୟ

ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ

11-Apr-2021



ଭୁବନେଶ୍ଵର/ସମ୍ବଲପୁର(ପ୍ରେରଣା ଖବର ବ୍ୟୁରୋ): କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ହେବା ଘଟଣାରେ ଆସିଛି ନୂଆ ଟ୍ଵିଷ୍ଟ। ବୁର୍ଲା ଭୀମସାରରୁ କୌଣସି ହସ୍ପିଟାଲକୁ ହାଇଦରର ରେଫର ହୋଇନି। ଏପରିକି ଆଉଟ୍‌ଡୋର, ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ। କାଜୁଆଲିଟି ପେସେଣ୍ଟ ରେକର୍ଡରେ ମଧ୍ୟ ହାଇଦରର ନାଁ ନଥିବା କହିଛନ୍ତି ଭୀସାର ଅଧୀକ୍ଷକ ଲାଲମୋହନ ନାୟକ। ଅଧୀକ୍ଷକଙ୍କ ଏହି ସୂଚନା ପରେ ଏବେ ହାଇଦରର ଫେରାର ନେଇ ଅନେକ ପ୍ରଶ୍ନ ଉଠିଛି।

ଯଦି ହାଇଦର ବୁର୍ଲା ବଡ ମେଡିକାଲରୁ ରେଫର ହୋଇନଥିଲା ତେବେ କେଉଁ ଆଧାରରେ ସମ୍ବଲପୁର ଜେଲ୍‌ରୁ କଟକ ବଡ ମେଡିକାଲ ରେଫର କରାଯାଇଥିଲା। ଏମିତି ତାର କଣ ହୋଇଥିଲା ଯେ, ଭୀମସାରରେ ଚିକିତ୍ସା କରାଯାଇ ପାରିନଥିଲା। ହାଇଦର ଏସସିବି ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଫେରାର ମାରିବା ପୋଲିସର କାର୍ଯ୍ୟଶୈଳୀକୁ ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି।

ଖସିଗଲା ପରେ ଏବେ ହାଇଦରର ଖୋଜା ଚାଲିଛି। ରେଲୱେ ଷ୍ଟେସନରେ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ପଚରାଉଚରା କରୁଛି ପୋଲିସ । ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସର ବଡ ଅପରେସନ୍ ଚଳାଇଛି। ରାଜ୍ୟର ସବୁ ଏସପିଙ୍କୁ ଆଲର୍ଟ କରାଯାଇଛି । ଆଜି ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଏଥିରେ ଏଡିଜି- ଲ ଆଣ୍ଡ ଅର୍ଡର, ଆଇଜି ଇଣ୍ଟେଲିଜେନ୍ସ, ସ୍ପେଶାଲ ସ୍କ୍ୱାର୍ଡ ସାମିଲ ଥିଲେ ।

ହାଇଦରକୁ ଧରିବାକୁ ରାଜ୍ୟରେ ନାକାବନ୍ଦୀ ସହିତ ସିସିଟିଭି ଫୁଟେଜ୍ ଖୋଳତାଡ଼ କରାଯାଉଛି। ସୀମା ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍  ଏବଂ କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସସିବି ମେଡିକାଲର ବିଭିନ୍ନ ସିସିଟିଭିରୁ କ୍ଲୁ ଖୋଜୁଛି ପୋଲିସ । ଗତ କିଛି ଦିନ ଭିତରେ ହାଇଦରକୁ ଏସସିବି ମେଡିକାଲରେ ଭେଟିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆକ୍ସନ ଆରମ୍ଭ ହୋଇଛି । ସମ୍ବଲପୁର ଏସପି ୬ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଭିତରେ ଅଛନ୍ତି ଜଣେ ହାବିଲଦାର ଏବଂ ୫ କନେଷ୍ଟବଳ ।

ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଡିଛି।  ଏହି ସୁରାଗ ଆଧାରରେ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି। ଗତକାଲି ଭୁବନେଶ୍ବର ମଞ୍ଚେଶ୍ବରର ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏସବିବି ମେଡିକାଲରେ ହାଇଦରର ସୁରକ୍ଷା ଲାଗି ମୁତୟନ ଥିବା ସୁରକ୍ଷା କର୍ମୀଙ୍କୁ ଜେରା ଚାଲିଛି । SCB ମେଡିକାଲ ନର୍ସଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେପଟେ ସାଧା ପୋଷାକରେ ଜିଆରପି ଓ କମିଶନରେଟ ପୋଲିସ ସାଧାରଣ ଲୋକଙ୍କଠାରୁ ସୁରାଗ ଖୋଜୁଛି । ରାଜ୍ୟର ସବୁ ସୀମା ଏବଂ ରେଳଷ୍ଟେସନ ଉପରେ ନଜର ରଖିଛନ୍ତି ପୋଲିସର ଟିମ୍ ।

ସୂଚନାଯୋଗ୍ୟ, ହାଇଦର ଗତକାଲି ଅପରାହ୍ନରେ ହାଇଦର ଏସ୍‌ସିବି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। ହାଇଦରର ପହରା ଓ ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ  ଖୁଆଇ, ପିଆଇ କିମ୍ବା ସୁଙ୍ଘାଇ ସେ ଚମ୍ପଟ୍ ମାରିଥିବା କୁହାଯାଉଛି।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like