-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ- ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧରେଲ ପାଇଁ ୩ କୋଟି  ଶୀଘ୍ର ଆରମ୍ଭ ହେବ ବାଇପାସ କାମ: ବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀ  

10-Apr-2021



ବଲାଙ୍ଗିର,(ପ୍ରେରଣା ଖବର)- ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକଙ୍କ ସହିତ ବଲାଙ୍ଗିର ବିକାଶ ତଥା ବିଭିନ୍ନ ସମସ୍ୟାକୁ ନେଇ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଜେଟ ଅଧିବେଶନ ପୂର୍ବରୁ ଶ୍ରୀ ମିଶ୍ର ସାମ୍ବାଦିକଙ୍କ ସହ ଜିଲ୍ଲାର ବିଭିନ୍ନ ସମସ୍ୟା, ପ୍ରକଳ୍ପ ନିର୍ମାଣାଧିନ ତଥା ବାଲାଙ୍ଗିରର ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ସମସ୍ୟାକୁ କିପରି ବିଧାନସଭାରେ ଉପସ୍ଥାପନ କରାଯାଇ ପାରିବ ସେ ଉପରେ ପରାମର୍ଶ ନେଇଥିଲେ । ସେ ସମୟରେ ସମ୍ବାଦିକ ବନ୍ଧୁମାନଙ୍କ ପରାମର୍ଶ ବିଶେଷ କରି ଲୋୟର ସୁକତେଲ, ବାଇପାସ, କୃଷି ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ବ୍ୟାଞ୍ଚମେଡିକାଲ କଲେଜ, ଶିକ୍ଷକ ସମସ୍ୟା , ଧାନର ଅଭାବି ବିକ୍ରି, ବନ୍ଧକଟା ର ଉନ୍ନତିକରଣ, ପର୍ଯ୍ୟଟନର ବିକାଶ ଇତ୍ୟାଦି ପ୍ରସଙ୍ଗକୁ ବିଧାନସଭାରେ ଶ୍ରୀ ମିଶ୍ର ଉପସ୍ଥାପନ କରିବା ସହ ଏସବୁ ସମସ୍ୟାର ଉତ୍ତର ବାବଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।

ସେ କହିଥିଲେ ସରକାର ଦେଇଥିବା ପ୍ରତିଶୃତି ମୁତାବକ ଲୋୟର ଶୁକତେଲ କାମରେ ଦୁଇ ମାସ ବିଳମ୍ବ ହେଇଥିଲେ ହେଁ, ବର୍ତ୍ତମାନ ଏହାର କାମ ଆରମ୍ଭ ହେବା ସହ ପ୍ରକଳ୍ପ ପାଇଁ ଆବଶ୍ୟକ ସମସ୍ତ ପଦବୀ ପୂରଣ ହୋଇ ସାରିଛି । ବିଧାନସଭାରେ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ କାମ ଚାଲିଥିବା ସେ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦୁଇ ଦିନ ପୂର୍ବରୁ ନେଇଥିବା ସମୀକ୍ଷାରେ ମୂଖ୍ୟଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସରିବା ନେଇ ଆଶ୍ୱସନା ଦେଇଥିବା ଶ୍ରୀ ମିଶ୍ର କହିଥିେଲେ । ପର୍ଯ୍ୟଟନ ପାଇଁ ତାଙ୍କର ଦାବୀ ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମ ଡୁଙ୍ଗୁରିର ବିକାଶ ନେଇ ଜଙ୍ଗଲ ବିଭାଗ ତରଫରୁ ଶୀଘ୍ର ଅନୁଦାନ ମିଳିବ ବୋଲି କହିଥିଲେ । ବହୁ ଦିନର ଦାବୀ ମହାରାଣୀ ସାଗର ର ବିକାଶ ଉପରେ ଏଥର ସଫଳତା ମିଳିଛି । କେବଳ ମହାରାଣୀ ସାଗର ର ବିକାଶ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇ ସାରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଠିକ ସେହିପରି ତାଙ୍କର ଦାବୀ ମୁତାବକ ଗନ୍ଧରେଲ ଡ୍ୟାମକୁ ପର୍ଯ୍ୟଟନ ସ୍ଥଳୀ ରୁପେ ବିକଶିତ କରିବା ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି । ଉଭୟ ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକାରୀ ହେଲେ ଲୋକଙ୍କ ଆର୍ଥୀକ ମାନଦଣ୍ଡ ରେ ବିକାଶ ହେବ ବୋଲି ସେ ଆଶା ପ୍ରକଶ କରିଥିଲେ । ସମସ୍ତ ଆଇନ ମହାବିଦ୍ୟାଳୟକୁ ନେଇ କଟକରେ ମଧୂସୁଦନ ବିଶ୍ୱ ବିଦ୍ୟାଳୟ ଗଠିତ ହେବା ଦ୍ୱାରା ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ହଇରାଣ ହେବେ ତେଣୁ ଆଗାମୀ ଦିନରେ ବଲାଙ୍ଗିର ଠାରେ ଏକ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ଦାବୀ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ବଜେଟ ମଞ୍ଜୁ ହୋଇଥିବା ଅନୁଦାନ ରାଜ୍ୟ ବଜେଟ ଅନୁପାତରେ ସମୁଦ୍ର କୁ ସଂଖେ ପାଣି ଭଳି ତେଣୂ ସେ ଏହାକୁ ନେଇ ବିଧାନସଭାରେ ତୀବ୍ର ବିରୋଧ କରିଥିବା କହିଥିଲେ । ବଲାଙ୍ଗିର ବାଇପାସ କାମ ମଧ୍ୟ ଶୀଘ୍ର ଆରମ୍ଭ ହେବା ନେଇ ସେ ସୂଚନା ଦେଇଥିଲେ । ୪ କୋଟି ଟଙ୍କାରେ ଏଲ୍ ଏନ ଏସ ୍‌କ୍ଲବରେ ନିର୍ମାଣ ହେବାକୁ ଥିବା  ଅଡିଟୋରିଅମ ପାଇଁ ୧ କୋଟି ଟଙ୍କା ଆସି ସାରିଥିବା ବେଳେ ଆଗମୀ ୩୦ ବର୍ଷକୁ ଆଖି ଆଗରେ ରଖି ଏକ ଉନ୍ନତ ମାନର ଅଡିଟୋରିଅମ ନିର୍ମାଣ ଆବଶ୍ୟକ । ତେଣୁ ଅନ୍ୟ ସୁତ୍ରରୁ ଆଉ ୬ କୋଟିର ଅନୁଦାନ ଅଣାଯାଇ ସମୁଦାୟ ୧୦ କୋଟିର ଏକ ଅଡିଟୋରିଅମ ନିର୍ମାଣ କରାଯିବା ନେଇ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦାବୀ ମୁତାବକ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଦିବ୍ୟାଙ୍ଗ ପାଇଁ ହଷ୍ଟେଲ, ସାଇନ୍ସ ପାର୍କ ଶୀଘ୍ର କାମ ଆରମ୍ଭ ହେବ । ମତ ବିନିମୟ ସମୟରେ ଗଣମାଧ୍ୟମ ପ୍ରତିନିଧୀମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହ କିଛି ପରାମର୍ଶ ଦେଇଥିଲେ । ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଗଣମାଧ୍ୟମ ହେଉଛି ସମାଜର ପଥ ପ୍ରଦର୍ଶକ । ସେମାନଙ୍କର ଗଠନମୂଳକ ସମାଲୋଚନା ଓ ପରାମର୍ଶ ଅଂଚଳର ବିକାଶ ପାଇଁ ସହାୟକ ହୋଇଥାଏ । ତେଣୁ ତାଙ୍କର ଗଠନମୂଳକ ସମାଲୋଚନା ସବୁବେଳେ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିଥିଲେ ।    


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like