-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Apr-2021
ଟିଟିଲାଗଡ(ପ୍ରେରଣା ଖବର): ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ଏଚ,ପି ଗ୍ୟାସ ସିଲିଣ୍ଡର ବ୍ୟାପକ କଳା ବଜାର ସହ ଖାଉଟି ଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସୂଚନା ଅନୁଯାୟୀ, ଏହି ଗ୍ୟାସ ସିଲିଣ୍ଡର ପିଛା ଆଠ ଶହ ଛଅ(୮୦୬/-) ଟଙ୍କା ଧାର୍ଯ୍ୟ ଥିବା ବେଳେ ଆଠ ଶହ ଛତିଶ(୮୩୬/-) ଟଙ୍କା ଲେଖାଏଁ ନେଇ ଖାଉଟି ଙ୍କୁ ଶୋଷଣ କରୁଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି । ସେହିପରି ଘରେ ଏହି ଗ୍ୟାସ ସିଲିଣ୍ଡର ଯୋଗେଇ ଦେବାକୁ ଆଠ ଶହ ସତୁରି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଟିଟିଲାଗଡ ଏଚ ପି ଗ୍ୟାସ ମାଲିକ ତୁଳସୀ ବେହେରା ଙ୍କୁ ଏ ନେଇ ଯୋଗାଯୋଗ କରି ବାରୁ ସେ କିଛି ମନ୍ତବ୍ୟ ଦେଇ ନ ଥିଲେ । ଏପରି ଖାଉଟି ଙ୍କୁ ଖୋଲା, ଖୋଲି ଶୋଷଣ କରି ଅର୍ଥ ଆଦାୟ କରାଯାଉଥିବା ବେଳେ ଏ ନେଇ ଖାଉଟି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଆବଶ୍ୟକ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।