-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
09-Apr-2021
କୋଦଳା(ଉମା ମହାରଣା)- ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଡ଼ିମିରିପଙ୍କାଳ ଗ୍ରାମର 75 ବର୍ଷୀୟ ବୃଦ୍ଧ ଧର୍ମା ନାୟକଙ୍କୁ ଗତ ମାସ 30 ତାରିଖରେ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ ଅଭଯୁକ୍ତ।ହତ୍ୟାରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଆଜି ବଡଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏନେଇ ସୂଚନା ଦେଇଛନ୍ତି ଆସ୍କା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ।ଗିରଫ ଅଭିଯୁକ୍ତ ମାନେ ହେଲେ ଡ଼ିମିରିପଂକାଳ ଗ୍ରାମର ବୁଦ୍ଧିରାମ ନାୟକ,ବୁଲୁ ନାୟକ,ଧୋବା ନାୟକ,ରୋହିତ ନାୟକ ଆଉ ଜଣେ ଲେମ୍ଭାକୁମ୍ପା ଗ୍ରାମର ଦାସ ନାୟକ।ସେମାନଙ୍କ ଠାରୁ ରକ୍ତ ଭିଜା ହାତୁଡା ସହ ଦୁଇଟି ମଟର ସାଇକେଲ ଓ ମୋବାଇଲ ଜବତ କରିଛି ପୋଲିସ।ମୃତ ଧର୍ମା ନାୟକ ନିଜକୁ ଗୁଣିଆ କହି ଲୋକଙ୍କ ଘର ସମ୍ମୁଖରେ ଚାଉଳ,ପାଉଁଶ,ଫୁଲ,ଅଙ୍ଗାର ପକାଇ ମୃତ୍ଯୁଦଣ୍ଡର ଭୟ ଦେଖାଉଥିଲା ।ପରବର୍ତୀ ସମୟରେ ଘର ଲୋକଙ୍କ ଭିତରୁ କାହାରି କାହାରି ସ୍ୱାସ୍ଥ୍ୟ ଖରାପ ହେଉଥିଲା ଆଉ କାହାର ଅଜଣା ରୋଗରେ ଜୀବନ ଯାଉଥିଲା ।ଯାହାକୁ ନେଇ ଧର୍ମା ଗୁଣି ଗାରେଡ଼ି କରୁଥିବା ଜାଣି ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ ଅଭିଯୁକ୍ତ ମାନେ।ଗତ ମାସ 30 ତାରିଖରେ ସାଇକେଲ ଧରି ନିକଟସ୍ଥ ଗାଁକୁ ଜଳଖିଆ ଖାଇବାକୁ ଆସିଥିବା ଜାଣି ପୂର୍ବରୁ ଯୋଜନା ମୁତାବକ କଇଠଖଳାଦଣ୍ଡା ଗ୍ରାମ ରାସ୍ତାରେ ଧର୍ମା କୁ ପଥର ଓ ହାତୁଡା ସାହାଯ୍ୟରେ ହତ୍ୟାକରି ଫେରାର ହୋଇଯାଇଥିଲେ ଅଜିଯୁକ୍ତ।