-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
02-Apr-2021
ବସନ୍ତ
ଗଣେଶ ବାରିକ୍
ବସନ୍ତ ଆସିଛି ବୋଲି
କିଛି ସୂଚନା ନାହିଁ ମୋ'ପାଖେ
ଏ କ'ଣ ବସନ୍ତ କି ?
ଦେଖୁନ ହୁତହୁତ୍ ନିଆଁରେ
ଜଲୁଛି ଗାଁ ଠୁ ସହର...
ବସନ୍ତ କଣ ଏଥର ଛୁ' ମାରିଲଣି
ଅମାନିଆ ହୁର୍ ହୁରିଆ ପବନ ବି
ଏବେ ଦାଉଦାଉ ହେଇ ନିଆଁର ଝୁଲା ସାଜୁଛି
କୃଷ୍ଣ ଚୂଡା ବି ବେରଙ୍ଗ ହେଇ ଯାଇଛି /
ବଂଶୀର ସ୍ବର ଡାକବାଜି ଯନ୍ତ୍ରର କର୍କଶ ନାଦ
ପରିଚୟ ହୀନ କବିର ଅସହାୟ କବିତାରୁ
ଝରୁଛି କେଇ ବୁନ୍ଦା ଲୁହ
କୋଇଲିର ପଞ୍ଚମ ତାନ କାନକୁ ବେସୁରା
ଚାଷୀର ମୁଣ୍ଡ ଉପରେ ପଇଁଚାଲିଶ ଡିଗ୍ରୀର ଧୂ ଧୂ ଖରା ।
ବସନ୍ତ ତମେ ସତରେ ବଦଲିଗଲ
ନା' ସମୟ ବଦଲି ଯାଉଛି
ଦେଖୁନ ଶୀତ ଯାଇନି
ଆଉ ଗ୍ରୀଷ୍ମର ରାଜୁତି ।
ହେ ବସନ୍ତ
ତମେ ଏମତି ଆସି ଏତେ ଶ୍ରୀଘ୍ର ଫେରି ଯାଆନି
ସନ୍ଦେହୀ ପ୍ରିୟାର କିଛି ସନ୍ଦେସ ଆସିନି
ବୋଧେ ସେ ବି ଆଉ ଆସୁନି
ବସନ୍ତ,
ତମେ ଏମିତି ଛୁ'ମାରନା...ମତେ ମାରିଦେଇ !
ଦର୍ଶନଶାସ୍ତ୍ର ବିଭାଗ
ମାର୍ଫତ୍-ଫ୍ରାନସିସ୍ ବାରଲା
ରାଜେନ୍ଦ୍ର ବିଶ୍ବ ବିଦ୍ଯାଳୟ ବଲାଙ୍ଗୀର-୨