-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Apr-2021
ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ କାମେଶ୍ବର ବେହେରା ମାର୍ଚ୍ଚ ୩୧ ତାରିଖ ଦିନ ଶିକ୍ଷାନୁଷ୍ଠାନର କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସିମାଞ୍ଚଳ ଦାସ, ସୁଶାନ୍ତ କୁମାର ପଣ୍ଡା, ଶିଶିର କୁମାର ନାୟକ, ଡ଼.ଦିଲ୍ଲୀପ କୁମାର ପ୍ରଧାନ,ଓ ଜ୍ଞାନ ଚାନ୍ଦ ଗୈାଡ, ଏବଂ ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ,ଓ ସ୍ମିତାରାଣୀ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଶ୍ରୀବେହେରାଙ୍କ ଗୁଣଗାନ କରିବା ସହ ଅବସର ସମୟ ଶାନ୍ତିରେ କାଟିବାକୁ କାମନା କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର୍ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ଓ ଶ୍ରୀମଦ୍ଭଗବଦ୍ ଗୀତା ଗ୍ରନ୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।