-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
01-Apr-2021
ବଲାଙ୍ଗୀର, (ପ୍ରେରଣ ଖବର) ଆଜି ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀଭବନ ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଦୀର୍ଘ ୨୧ବର୍ଷ ବିଜେଡି ଶାସନରେ ଓଡ଼ିଶା କିପରି ପ୍ରଗତି ପଥରେ ଆଗେଇ ଚାଲିଛି ତାହା ଉପରେ ଅବତରଣ କରିଥିଲେ । ମିଶନ ଶକ୍ତି ଜରିଆରେ ମହିଳା ମାନେ ସ୍ୱାବଲମ୍ବି ହୋଇପାରିଛନ୍ତି । ଲୋକଙ୍କୁ ପିଇବା ପାଣି ଠାରୁ ଆରମ୍ଭ କରି ବିଜୁଳି , ଘର ଓ ଅନ୍ୟ ମୌଳୀକ ଆବଶ୍ୟକତା ପୂରଣ ଦିଗରେ ବିଜେଡି ସରକାରର ଲୋକାଭିମୁଖୀ ଯୋଜନା ସଂପର୍କରେ ଶ୍ରୀମତି ସାହୁ କହିବା ସହ ମିଶନ ଶକ୍ତି ବର୍ତ୍ତମାନ ଏକ ପ୍ରକଳ୍ପ ନୁହେଁ ଏକ ବିଭାଗ ହୋଇଯାଇଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ନନ୍ଦ ଯୋଗ ଦେଇ ଓଡ଼ିଶା ପ୍ରତିଷ୍ଠାର ୮୫ ବର୍ଷ ଭିତରେ ଅନେକ ଉନ୍ନତି ଘଟିଛି ଏବଂ ଆଗକୁ ଅନେକ ଉନ୍ନତି ବାକି ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗୀର ଏସ୍ପି ନୀତିନ କୁଶଲକର ଯୋଗ ଦେଇ ଉତ୍କଳ ଦିବସରେ ଓଡ଼ିଶାର ମହାନ
ବରପୁରୁଷଙ୍କ ଜୀବନୀ ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ଅତିଥିଗଣ ଓଡ଼ିଶାର ମହାନବରପୁତ୍ର ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି ଓ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାପଣ କରିବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପୂର୍ବରୁ
ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରକୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି ସମାରୋହରେ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀ, ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ ।