-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
29-Mar-2021
କୋଦଳା(ଉମା ମହାରଣା) : ଆଜି ହେଉଛି ରଙ୍ଗର ପର୍ଵ ହୋଲି ସରକାରଙ୍କ କରୋନା କଟକଣା ପାଇଁ ସମସ୍ତେ ଘରେ ରହି ଖୁସିର ସହ ପାଳୁଛନ୍ତି ହୋଲି। ଇତି ମଧ୍ୟରେ ବେଗୁନିଆପଡା ଅଞ୍ଚଳରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ବୁରୁଝୁରୀ ଗ୍ରାମର ଭାଗବତ ପଢ଼ିଆଳି(56) ନାମକ ଜଣେ ବ୍ୟକ୍ତି କୌଣସି କାମରେ ନିଜ ଗ୍ରାମରୁ କଞ୍ଚଣା ଅଭିମୁଖେ ଆସୁଥିବା ସମୟରେ ବେଗୁନିଆପଡା ଠାରୁ ମାତ୍ର ୬୦୦ ମିଟର ଦୂରରେ ସକାଳ ୮ ଘଂଟ ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିବା ବାଟରେ ହିଁ ପ୍ରାଣବାୟୁ ଉଡିଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଂଜନ ବେହେରା ପହଁଚି ତଦନ୍ତ ଚଳାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।