-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||     

HOME   ଜିଲ୍ଲା

ରାହା ଦେଖାଇଛି ମିଶନ ଶକ୍ତି, ଆଉ ସଫଳତା ଆଣିଛନ୍ତି ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ

29-Mar-2021



ପୋଲସରା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତି ବଳରେ ଏବଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ପଥ ପ୍ରଦର୍ଶନରେ ସଫଳତା ଆଣି ପାରିଛନ୍ତି ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡା ଶାସନ ଗ୍ରାମରେ ପ୍ରତିଷ୍ଠିତ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟ ବୃନ୍ଦ। ନିହାତି ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ଚିରିକିପଡା ଶାସନ ଗ୍ରାମର ମହିଳାମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଆମର ରୋଜଗାର କରିବାର କ୍ଷମତା ପୁରୁଷମାନଙ୍କ ଠାରୁ କମ୍ ନୁହେଁ। ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ଗତ ୨୦୨୦ ମସିହା ନଭେମ୍ବର ୧୦ ତାରିଖ ଦିନ ମାତୃଶକ୍ତି ମିକ୍ସର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ମାସିକ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ କରିବାରେ ସଫଳ ହୋଇପାରିଛନ୍ତି।  ଲକ୍ଷ୍ମୀ ସାହୁ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାନେତ୍ରୀ ଥିବାବେଳେ ଚନ୍ଦ୍ରମା ବିଷୋୟୀ ଅଛନ୍ତି ସମ୍ପାଦିକା ଓ ଉଦ୍ୟୋଗୀ ମିତ୍ର ଭାବେ ମାମି ପ୍ରଧାନ ସମସ୍ତ ପ୍ରକାର ସହଯୋଗ କରି ସଫଳତା ଆଣିପାରିଛନ୍ତି। ଜନସାଧାରଣଙ୍କ ଆବଶ୍ୟକ ମୁତାବକ ଉତ୍ତମ ଗୁଣବତ୍ତା ମିକ୍ସର ତିଆରି କରି ନିଜ ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଇ ସୁନାମ ଅର୍ଜନ କରିବା ସହ ସ୍ୱାବାଲମ୍ବୀ ହୋଇପାରିଛନ୍ତି। ୩୦ ଜଣ ମହିଳା ଙ୍କ ଦ୍ଵାରା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ଚିରିକିପଡା ଶାସନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ତିନି ଲକ୍ଷ ଟଙ୍କାର ସହାୟତା ରାଶି ପାଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀର ଏହି ମିକ୍ସର ଉତ୍ପାଦନ ପ୍ରକ୍ରିୟା ଆହୁରି ଉନ୍ନତମାନର କରିବା ପାଇଁ ରାଜ୍ୟ ସରକାରଙ୍କ ଓରମାସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରଶିକ୍ଷଣ ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି। ଏହି ଗ୍ରୁପକୁ କୋଭିଡ଼ି ସହାୟତା ରାଶି ୧୦ ହଜାର ଟଙ୍କା ଦିଆଯାଇଥିବା ବେଳେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ମୋ ଉପକାରୀ ବଗିଚା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ମହିଳାମାନେ ଛତୁ ଚାଷ ଓ ପରିବା ଚାଷ କରି ନିଜେ ରୋଜଗାର କ୍ଷମ ହେବାସହ ଅଞ୍ଚଳ ବାସୀଙ୍କୁ ପନିପରିବା ଯୋଗାଉଛନ୍ତି। ଏହି ସବୁ କାର୍ଯ୍ୟଦ୍ୱାର ସେମାନେ ସ୍ୱାବାଲମ୍ବୀ ହେବା ସହ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ କୁ ପୋଲସରା ବ୍ଳକରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇ ପାରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026

You Might Also Like