-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ପୁରୀ (ସମୀର ରଞ୍ଜନ ନାୟକ): ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଉଥିବା ଦୁଇ ଜଣ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି। ବେଳାଭୂମିର ସେକ୍ଟର ୭ ଅଞ୍ଚଳରୁ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଅଂଚଳର ରାଜୁ ଘୋଷାଲ ଓ ଶୁଭେନ୍ଦୁ ଘୋଷଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଉଭୟ ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସମୁଦ୍ର ସ୍ନାନ ବେଳେ ସଚେତନତା ଅଭାଵରୁ ଏଭଳି ଅଘଟଣ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକ ମାନେ ଏ ନେଇ ସଚେତନ ହେବାର ଆଵଶ୍ୟକ ରହିଛି।