-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଉଦ୍ୟାନ ଭବନ ଠାରେ ଉକ୍ତଳ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ତିନି ବର୍ଷ ପାଇଁ ଜିଲ୍ଲା ସଂଘର ସଭାପତି ଭାବରେ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ସର୍ବସମ୍ମତିକ୍ରମେ ପୁଣିଥରେ ମନୋନୀତ କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲାରୁ ବିଭିନ୍ନ ଅଂଚଳରୁ ଆସିଥିବା ସଦସ୍ୟମାନେ ସଇଁନ୍ତଲା ଉଦ୍ୟାନ ଭବନ ଠାରେ ଏକତ୍ରିତ ହୋଇଥିଲେ । ସଂଘର ସଭାପତିଙ୍କ ସଭାପତିତ୍ୱରେ ସଙ୍ଗିଅ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ କରୋନାରେ ଜୀବନ ହରାଇଥିବା ସମସ୍ତ ସାଥୀବୃନ୍ଦ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଙ୍ଘିୟ କାର୍ଯ୍ୟକ୍ରମରେ ବର୍ତ୍ତମାନ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରାଯାଇଥିଲା । ମୁଖ୍ୟତଃ କୋଭିଡ୍ ସମୟରେ ଚାକିରି ହରାଇଥିବା ତଥା ସାଧାରଣ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ସଭା ଚିନ୍ତା ପ୍ରକଟ କରିଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିପତି ମାଲିକ ତଥା ସରକାରଙ୍କ ମନୋମାନି କାର୍ଯ୍ୟକଳାପ ଉପରେ ସଂଘ କ୍ଷୋଭ ପ୍ରକାଶ କରିଥିଲା । ସଂଘର ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଆସନ୍ତା ବର୍ଷ ପାଇଁ ସଂଘର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସଂପାଦକ ଦେବାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନବମନୋନିତ ସଭାପତି ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ସିଂଭୋଇ, ସମ୍ମାନିତ ଅତିଥି ଭାବେ ସଇଁନ୍ତଲା ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ଓ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝି ଯୋଗ ଦେଇ ବର୍ତ୍ତମାନ ସମୟରେ ସାମ୍ବାଦିକଙ୍କ ପରିସ୍ଥିତି ଓ ସମାଜକୁ ତାଙ୍କର ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭ୍ୟ ସତ୍ୟନାରାୟଣ ବେହେରା, କାର୍ଯ୍ୟକାରୀ ସଭାପତି ଅଶ୍ୱିନି କୁମାର ନାଏକ, ଉପ-ସଭାପତି ଅଶୋକ ନାରାୟଣ ଭୋଇ, ପୂର୍ବତନ ସଭାପତି ସନ୍ଦୀପ କୁଅଁର, ବରିଷ୍ଠ ସଭ୍ୟ ଗୁରୁଦୟାଲ ହଂସ ଓ ବିଜୟାନନ୍ଦ ଦାଶ ମଞ୍ଚାସିନ ଥିଲେ । ପରିଶେଷରେ ସଇଁନ୍ତଲା ସାମ୍ବାଦିକ ଅଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଗଲପୁର, ଚୁଡାପାଲି, ପାଟଣାଗଡ, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ସଇଁନ୍ତଲା, ମୁରିବାହାଲ, ସିନ୍ଧେକେଲା ଆଦି ଅଂଚଳରୁ ଜିବନାନନ୍ଦ ମହାନ୍ତି, ଅନ୍ତିମ ପାଣିଗ୍ରାହି, ମୋହନ ସୋନି, ରାଧେ ମେହେର, ହୁଲେଶ୍ୱର ହଂସ, ଦିନେଶ ଜୈନ, ସୁବୋଧ ପାଢି, ସୁଦାମ ଚରଣ ବଘାର, ରାମନାରାୟଣ ବାଗ, ପ୍ରଶାନ୍ତ ମେହେର, ଅଜିତ ପୁରୋହିତ, ବିଜୁ ଦାଶ, ଦିପକ ଖମାରି, ବାଳକୃଷ୍ଣ ମିଶ୍ର, ଚିନ୍ତାମଣି ରାଉତ, ଅଜିତ ମିଶ୍ର, ଲଳିତ ମିଶ୍ର, ଦେବରାଜ ନାହକ, ଶ୍ୟାମ ସୁନ୍ଦର ମେହେର, ବିରଜାନନ୍ଦ ପାଢୀ, ଅଶୋକ ସାହୁ, ଶ୍ୟାମ ପ୍ରସାଦ ଗୁରୁ, ଅନ୍ତର୍ଯ୍ୟାମି ସାହୁ, ବିରଂଚି ନାୟକ ଓ ସୁଶୀଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।