-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Mar-2021
(ପ୍ରେରଣା ଖବର ବ୍ୟୁରୋ) ବିହାରର ବେଗୁସରାୟ ଜିଲା ଅନ୍ତର୍ଗତ ନିଂଗା ଗ୍ରାମପଂଚାୟତରେ ଶୁକ୍ରବାର ଏକ ୧୨ ବର୍ଷୀୟା ବାଳିକା ଖେଳୁଥିଲା ବେଳେ ଗୋଟିଏ ପରିବା ଗଛ ଓପାଡି ଦେବାରୁ ସେଥିରେ ଉତ୍କ୍ଷିପ୍ତ ହୋଇ ପଡୋଶୀ ଘରର ଲୋକେ ତା’ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଛନ୍ତି । ସେଇ ଝିଅଟିକୁ ଅତି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝିଅର ମାଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଏଭଳି କାଣ୍ଡ ଭିଆଇଥିବା ପରିବାର ସହିତ ତାଙ୍କ ପରିବାରର କିଛି ସମ୍ପତ୍ତିଗତ ବିବାଦ ଥିଲା । ଏହା ବି ଉକ୍ତ ଘଟଣା ପଛର ଏକ କାରଣ ହୋଇପାରେ॥