-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Mar-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୁମେରବାହାଲ ଓ ବୃନ୍ଦାବାହାଲ ଗ୍ରାମ ଗୁଡ଼ିକୁ ଯାଇ ମୋ ଚାଟଶାଳୀ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ ଓ ସଚେତନ କରିଥିଲେ। ବୃନ୍ଦାବାହାଲ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହେମାଙ୍ଗୀନି ରାଉତ,ଗଣ୍ଡାମେର୍ ସରପଞ୍ଚ ତଥା ସମାଜସେବୀ ରାହାସବିହାରି ନାଏକ ତଥା ସ୍ବେଚ୍ଛାସେବୀ ଶିକ୍ଷକ ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କୁ ଏବଂ ଅଭିଭାବକ ମାନଙ୍କ ସହିତ ସାକ୍ଷାତ କରି କିଭଳି ଭାବରେ ମୋ ଚାଟଶାଳୀ କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରାଯାଇ ପାରିବ ତାହା ଆଲୋଚନା ହୋଇଥିଲା।
ରାଜ୍ୟ ପରିଚାଳକ ମନୋଜ କୁମାର ସାମନ୍ତରାୟ ଏବଂ କଳାହାଣ୍ଡି ପରିଚାଳକ ଅଭିଷେକ କୁମାର ଦାସ , ଗୋଲାମୁଣ୍ଡା ବ୍ଳକ ସଂଯୋଜକ ,ଗୌରବ ସୁନାନୀ ଧର୍ମଗଡ ବ୍ଳକ ସଂଯୋଜକ ଜଗନ୍ନାଥ ଶଗଡ଼ିଆ , ଜୁନାଗଡ ବ୍ଲକ ସଂଜଯୋକ ମଧୁସୁଦାନ ନାଏକ, ଗୋଲାମୁଣ୍ଡା ବ୍ଲକ ଜନସାଥୀ ଝସ୍କେତନ ସାଗର, ଅକ୍ଷୟ କୁମାର, ପବିତ୍ର ବେଶ୍ରା, ଆଶ୍ରିତା କର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।