-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Mar-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ରେଢ଼ାଖୋଲ, ଆଜି ମାନ୍ଯବର ମୁଖ୍ଯ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଲୋକାର୍ପିତ ହୋଇଥିବା ମୋ କଲେଜ ଅଭିଯାନ ରେ ସାମିଲ ହୋଇଛି ସ୍ଥାନୀୟ ଭୀମଭୋଇ କଲେଜ। ଏହି ଅବସରରେ ମାନ୍ୟବର ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ଯ ଅତିଥି ଭାବରେ ଏବଂ ପ୍ରଦୀପ ପ୍ରଧାନ ,ଅନାଦି ସାହୁ ,ଗଣେଶ୍ବର ପ୍ରଧାନ ,ରୋହିଣୀ ନାଏକ ,ସୁଲୋଚନା ପ୍ରଧାନ ,ଦେବେନ୍ଦ୍ର ସାହୁ ,ରାଜା ପାଲ ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ପୁରାତନ ଛାତ୍ର-ଛାତ୍ରୀ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ଡ.ବାଳାଦିତ୍ଯ ବିକାଶ ଶ୍ରୀଚନ୍ଦନ ସିଂହ ଅଧ୍ୟକ୍ଷତା କରି ଅତିଥି ଏବଂ ପୁରାତନ ଛାତ୍ର-ଛାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ । କାର୍ଯ୍ଯକ୍ରମ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ଏବଂ ସର୍ବ ଶେଷରେ ଡ.ମନୋରଞ୍ଜନ ମହନ୍ତ ଧନ୍ଯବାଦ ଅର୍ପଣ କରିଥିଲେ ।ଏଥିରେ କଲେଜର ବହୁ ପୁରାତନ ଛାତ୍ର ଛାତ୍ରୀ, କଲେଜର ସମସ୍ତ କର୍ମଚାରୀ,ଗଣ ମାଧ୍ୟମର ପ୍ରତିନିଧି ଓ ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ ।