-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||     

HOME   ଜିଲ୍ଲା

ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀଭବନରୁ ଗନ୍ଧରେଲ ପର୍ଯ୍ୟନ୍ତ ପରିବେଶ ସଚେତନତା ସାଇକେଲରାଲି

18-Mar-2021



ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ)-ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁଲାଗି ଜଙ୍ଗଲସଂପଦ,ବନ୍ୟଜନ୍ତୁ,ସରିସୃପ ଇତ୍ୟାଦି ପୋଡିଯାଉଥିବା ବେଳେ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ତେଣୁ ଏହାର ନୀରାକରଣ ପାଇଁ ସମସ୍ତଙ୍କ ଦାୟୀତ୍ୱ ରହିଛି । କେବଳ ଜଙ୍ଗଲବିଭାଗ ନୁହେଁ ସମସ୍ତେ ଲୋକଙ୍କୁ ସଚେତନ ପାଇଁ ଆଗେଇ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି । ସେହିକ୍ରମରେ ବଲାଙ୍ଗୀର ସହରର କେତେକ ସ୍ୱେଚ୍ଛାସେବୀ ଜଙ୍ଗଲନିଆଁକୁ ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି । ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ଆରମ୍ଭ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଆଜି ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ସ୍ମୃତିକୁ ଉଦଜିବିତ କରିବାକୁ ବଲାଙ୍ଗୀର ଗାନ୍ଧୀଭବନ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ଶୋଭାଯାତ୍ରା ବାହାରି ନିଆଁର କରାଳରୂପ ବିଷୟରେ ଲୋକଙ୍କୁ ସଚେତନ କରାଇ ସଦେଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଗାନ୍ଧୀଭବନଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପପ୍ରଜ୍ୱଳନ କରିବା ପରେ ସାଇକେଲ ଶୋଭାଯାତ୍ରାକୁ ପ୍ରଫେସର ମଧୁସୁଦନ ପତି ସବୁଜ ପତାକାଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଫେସର ଯୁବକମାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଲେ ଯେ,କେବଳ ଜଙ୍ଗଲ ନିଆଁ ନୁହେଁ ବଲାଙ୍ଗୀରର ଯୁବକମାନଙ୍କ ଏଭଳି ଉତ୍ସାହ ଓ ସ୍ୱେଚ୍ଛାକୃତ ସେବା ମନୋଭାବ ଆହୁରି ଅନେକ ସମସ୍ୟାକୁ ସମାଧାନ କରିପାରିବ । ଆଜିର ଏହି ସଚେତନତା ଶୋଭାଯାତ୍ରା ନିହାତି ଅନ୍ୟମାନଙ୍କ ପ୍ରେରଣ ଯୋଗାଇବ ଓ ସୁଦୂର ପ୍ରସାରୀ ହେବ ସେ ବୋଲି ମତପ୍ରକାଶ କରିଥିଲେ । ଶୋଭାଯାତ୍ରା ଭାଗରଥିଛକ,କଚେରୀଛକ,କଲେଜଛକ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ଚଟିଆପାଲି ଦେଇ ଗନ୍ଧରେଲ ଗାଁରେ ପହଞ୍ଚିଥିଲା । ଏଥିରେ ବଲାଙ୍ଗୀର ଡିଏଫଓ ସମୀରକୁମାର ଶତପଥି,ହେମନ୍ତ ପଣ୍ଡା,ଡିଏଫଏଫର ଆବାହକ କୁଳମଣୀ ସାହୁ,ସୁନିଳ ମହାନ୍ତି,ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ,ଯୁବଏକ୍ସନ କମିଟିର ସଭାପତି ବିନୋଦ କାଲସାଏ,ସାମ୍ବାଦିକ ସୁଧିର ମିଶ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବୀରେନ୍ଦ୍ର ଝାଙ୍କର,କରଙ୍ଗକଟା ବଚାଓ ଆନ୍ଦୋଳନର ଆବାହକ ପ୍ରଶାନ୍ତ ମହାକୁର ପ୍ରମୁଖଙ୍କ ନେତୃତ୍ୱରେ ଯୁବବକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ଗନ୍ଧରେଲ ଗାଁରେ ସୂଚନାଅଧିକାର କର୍ମି ହେମନ୍ତକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କରାଯାଇଥିଲା । ବଲାଙ୍ଗୀର ଡିଏଫଓ ସମୀରକୁମାର ଶତପଥି ଏଠାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଲୋକେ ସଚେତନ ହେଲେ ଜଙ୍ଗଲରହିବ ଓ ଜଙ୍ଗଲ ରହିଲେ ପରିବେଶ ସୁରକ୍ଷିତ ରହିବ । ତେଣୁ ସମସ୍ତେ ମିଳିତ ଭାବରେ ପ୍ରୟାସ କଲେ ଜଙ୍ଗଲସୁରକ୍ଷାରେ ସହାୟକ ହେବା ସହିତ ଲୋକଙ୍କର ଜୀବନଜୀବିକା ମଧ୍ୟ ସୁରକ୍ଷିତ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ଫୁଲଝରନରେ ଗତବର୍ଷ ଲୋକଙ୍କ ଉଦ୍ୟମ ଫଳରେ ନିକଟସ୍ଥ କୌଣସି ଜଙ୍ଗଲରେ ନିଆଁ ଲାଗିନଥିଲା । ତେଣୁ ତାଙ୍କୁ ଉତ୍ସାହିତ କରିବାକୁ ଘୋଷିତ ହୋଇଥିବା ଅର୍ଥରାଶି ପ୍ରଦାନ କରିବାକୁ କହିଥିଲେ । ଏହି ପ୍ରସ୍ତାବରେ ଡିଏଫଓ ଶ୍ରୀ ଶତପଥି ସହମତି ପ୍ରକାଶ କରିଥିଲେ । ଗନ୍ଧରେଲ ଗାଁର ଜଙ୍ଗଲସିୁରକ୍ଷା କମିଟିର ସଭାପତି ମନୋରଂଜନ ସାଏ ଜଙ୍ଗଲକମିଟିର ସମସ୍ୟା ବିଷୟରେ କହିବା ସହିତ ଜଙ୍ଗଲରେ କିଭଳି ନିଆଁ ନଲାଗିବ ସେନେଇ ପଦକ୍ଷେପ ନିଆଯାଉଥିବା ବିଷୟରେ କହିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠନାଗରୀକ ଗୋପଭୂଷଣ ନାଥ,ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ଫୋରମର ଆବାହକ କୁଳମଣୀ ସାହୁ,ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବୀରେନ୍ଦ୍ର ଝାଙ୍କର,ଯୁବଏକ୍ସନକମିଟିର ସଭାପତି ବିନୋଦ କାଲସାଏ,ସନ୍ତୋଷ ସାହୁ ପ୍ରମୁଖ ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିନୋଦ କାଲସାଏ ଓ ପ୍ରଶାନ୍ତକୁମାର ମହାକୁର ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲସୁରକ୍ଷା ନେଇ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗନ୍ଧରେଲ ଗ୍ରାମର ଗ୍ରାମବାସୀ,ଜଙ୍ଗଲବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ,ଫରେଷ୍ଟଗାର୍ଡଗଣ ଯୋଗଦେଇଥିଲେ । ଶୋଭାଯାତ୍ରାର ଉଦଘାଟନୀରେ ରେଡକ୍ରସର ଶିକ୍ଷକ ରାମନାରାୟଣ ଦାସ ସହଯୋଗ କରିଥିବା ବେଳେ ଗନ୍ଧରେଲ ସଭାସ୍ଥଳରେ କବି ଅର୍ଜୁନକୁମାର ସାହୁ ଏକ ପରିବେଶ ସଚେତନାତା ଧର୍ମି କବିତା ପାଠ କରିଥିଲେ । ଶେଷରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026

You Might Also Like