-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର : ରାଜସ୍ବ ଏବଂ ଜଙ୍ଗଲ ବିଭାଗର ମଧୁଚନ୍ଦ୍ରିକାରେ ଇଟାଭାଟି

16-Mar-2021



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗୀର ସହର ଆଖପାଖ ଅଞ୍ଚଳରେ ଛତୁ ଫୁଟିଲା ଭଳି ଇଟାଭାଟି ଗଢି ଉଠିଛି । ରାଜସ୍ବ ବିଭାଗ କିଛି ଫାଇନ୍ ଅସୁଲି କରି ଇଟାଭାଟି ମାଲିକ ମାନଙ୍କୁ ଇଟା ଗଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି ।ପ୍ରତିବର୍ଷ ନଗଣ୍ୟ ରାଜସ୍ବ ଅସୁଲି କରି ତଦାରଖ କରୁଥିବା ଅଧିକାରୀ ମାନେ ଭାଟି ମାଲିକ ମାନଙ୍କ ଠାରୁ ବେଶ୍ ମାଲେମାଳ ହେଉଥିବା ପରିଲକ୍ଷିତ ହୁଏ । ସରକାର ଲାଲ ଇଟାଭାଟି ନିର୍ମାଣ ପାଇଁ ସଂପୂର୍ଣ୍ଣ ମନା କରିଛନ୍ତି । ଏହାଦ୍ବାରା ଜଙ୍ଗଲ ପରିବେଶ ନଷ୍ଟ ହେବା ସହ ଜଙ୍ଗଲ ପଦା ହେବାକୁ ଲାଗିଛି । ଜଂଗଲୀ ଜନ୍ତୁ ଇଟାଭାଟି ଗରମ ଯୋଗୁଁ ଜଙ୍ଗଲ ଛାଡ଼ି ସହର ମୁହା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ସହରର ଆଖପାଖ ଅଞ୍ଚଳରେ ହଜାର ହଜାର ଇଟାଭାଟି ମାଲିକ ଜଙ୍ଗଲ ଗଛ କାଟି ଇଟାଭାଟିରେ ବ୍ୟବହାର କରୁଥିବା ଯୋଗୁ ଦିନକୁ ଦିନ ଜଙ୍ଗଲ ପଦା ହେବାକୁ ବସିଲାଣି । ଜଙ୍ଗଲ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଭାଟି ମାଲିକଙ୍କ ସହ ମଧୁ ଚନ୍ଦ୍ରିକା ଯୋଗୁ ଅସଲି ଫାଇନ ଏବଂ କେସ ରୁଜୁ ହେଉନାହିଁ । ଯଦ୍ୱାରା ଭାଟି ମାଲିକ ରାଜସ୍ବ ଏବଂ ଜଙ୍ଗଲ ବିଭାଗର ଦୋଷ ଦୁର୍ବଳତାର ବ୍ୟାପକ ଫାଇଦା ଉଠାଉଛି । ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀ ନିଜ ପାକେଟ ଗରମ କରି ଲୋକ ଦେଖାଣିଆ ଭାବେ ଫାଇନ୍ ଆଦାୟ କରି ହଜାର ହଜାର ଟଙ୍କା ର ଦାମୀ ଗଛ ଭାଟି ରେ ପୋଡ଼ିବା ପାଇଁ ଛାଡ଼ି ଚାଲିଆସୁଛନ୍ତି । ଡି ଏଫ୍ ଓ ସମୀର ଶତପଥୀଙ୍କୁ ଏ ବିଷୟ ରେ ଭିଡିଓ ଦେଇଥିଲେ ମଧ୍ୟ ବଡ଼ ଧରଣ ର ବଟି  ପାଇଁ ଜଙ୍ଗଲ ଧ୍ବଂସ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପରିଲକ୍ଷିତ ହୁଏ । ନିକଟରେ ରାନିପାଲି ଗ୍ରାମ ଠାରେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ବିପୁଳ ପରିମାଣର କାଠ କାଟି ସରକାରୀ ଜମିରେ ଇଟାଭାଟି କରିଥିବା ବିଷୟରେ ଡି ଏଫ୍ ଓ ଙ୍କୁ ଭିଡିଓ କ୍ଲିପଙ୍ଗ ସହ ସୂଚନା ଦେଇଥିଲେ ମଧ୍ୟ ନିଜ ବିଭାଗର କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ବରଂ କଟାଯାଇଥିବା କାଠ ଗୁଡ଼ିକୁ ଫରେଷ୍ଟ କର୍ପୋରେସନକୁ ହସ୍ତାନ୍ତର କରିବା ପରିବର୍ତ୍ତେ ମାତ୍ର ୧୫୦୦୦ ଟଙ୍କା ଫାଇନ କାଟି ଚୁପ୍ ହୋଇ ରହିଗଲେ । ବିଭିନ୍ନ ସମୟରେ ଡ଼ି ଏଫ୍ ଓ ଙ୍କୁ ଇଟାଭାଟି ମାନଙ୍କରେ ବ୍ୟବହୃତ ହେଉଥିବା କାଠ ର ଭିଡିଓ ଦେଇଥିଲେ ମଧ୍ୟ କାଠ ଚୋର ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଇଟାଭାଟି ମାଲିକ ମାନଙ୍କୁ ସୁହାଇଲା ଭଳି ଫାଇନ କାଟି ତାଙ୍କ ଠାରୁ ପିସି ନେଇ ବେଶ୍ ମାଲେମାଲ୍ ହେଉଥିବା ଚର୍ଚ୍ଚା ହେଉଛି । ବାରମ୍ବାର ଜଙ୍ଗଲ ବୃକ୍ଷ କାଟୁଥିବା ଚୋର ନାମରେ ଫୌଜଦାରୀ ମାମଲା କରିବା ପରିବର୍ତ୍ତେ ଫାଇନ କାଟି କାଠ କୁ ଜବତ ନ କରି ଭାଟିରେ ପୋଡିବା ପାଇଁ ଛାଡ଼ି ଚାଲି ଆସୁଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କ ପାଇଁ ଜଙ୍ଗଲ ମା ସଦୃଶ । କିଛି ଟଙ୍କା ପାଇଁ ନିଜ ମା କୁ ଗଛ ଦଲାଲ ହାତରେ ଟେକି ଦେଉଥିବା ଲଜ୍ୟା ର ବିଷୟ । ବଲାଙ୍ଗୀର ରେଞ୍ଜର କିଛି ମାସ ପରେ ଅବସର ଗ୍ରହଣ କରିବେ । ଏଣୁ ତାଙ୍କ ରେଞ୍ଜ ଅଧୀନରେ ଥିବା ଭାଟିରେ ଗଛ କାଟି ଇଟାଭାଟି ପୋଡ଼ି ଜଙ୍ଗଲ ନଷ୍ଟ ହେଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ । ଇଟାଭାଟି ଯୋଗୁ ଜଙ୍ଗଲ ରେ ନିଆ ଲାଗି ଜଙ୍ଗଲ ନଷ୍ଟ ହେଲେ ମଧ୍ୟ ଜଙ୍ଗଲ ବିଭାଗ ନୀରବ ଦ୍ରଷ୍ଟା । ଏଭଳି ଧ୍ବଂସ କାରୀ ଅଧିକାରୀ ମାନଙ୍କୁ ସରକାର ଜାରି କରିଥିବା 5T ଅନୁଯାୟୀ ବଧ୍ୟାତାମୂଳକ ଅବସର ଲାଗୁ କରି ଚାକିରି ରୁ ବହିସ୍କାର କରାଗଲେ ଆଗାମୀ ଦିନରେ କିଛିଟା ସୁଧାର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like