-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
ବ୍ରହ୍ମପୁର(କୁମୁଦ ରଂଜନ ବେହେରା) : ଗଞ୍ଜାମ ତରାସିଙ୍ଗ ପୋଲିସର ଗୁଣ୍ଡାଗିରି । ବିନା ଭୁଲରେ ଗ୍ରାମବାସୀଙ୍କୁ ଲହୁଲୁହାଣ କରିବା ଘଟଣାରେ ତିନିଜଣଙ୍କୁ ଗିରଫ କଲା ପୋଲିସ । ଭିଡିଓ ଭାଇରାଲ କରି ଗିରଫ ବ୍ୟକ୍ତି ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଲୋକଙ୍କୁ ନ୍ୟାୟ ଦେବାକୁ ଥିବା ପୋଲିସ ଥାଇ କି ଲାଭ କଣ ବୋଲି କହିଛନ୍ତି ଗ୍ରାମବାସୀ । ଲୁଟେରା ସନ୍ଦେହରେ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ହେଲେ ପୋଲିସ ଲୁଟେରା ବିରୋଧରେ ଆକ୍ସନ ନେବା ବଦଳରେ ଗ୍ରାମବାସୀଙ୍କୁ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି ।