-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
ସାନଖେମୁଣ୍ଡି,(ପ୍ରେରଣା ଖବର) :: ଶନିବାର ଦିଗପହଣ୍ଡି ବସଷ୍ଟାଣ୍ଡରେ ପହଁଚିଛି କୃଷକ ଅଧିକାର ଯାତ୍ରା ରଥ । ଦିନ ପ୍ରାୟ ୧୦ଟାରେ ପହଂଚିବା ପରେ ରଥକୁ ଏଠାକାର କୃଷକ ସଂଗଠନର ନେତାମାନେ ସମ୍ବର୍ଦ୍ଧନା ଦେଇଥିଲେ । ଚାଷୀ ନେତା କୈଳାଶ ଷଡ଼ଙ୍ଗୀ, ଅଶ୍ୱିନୀ ଦାସ, କୂରେଶୁ ପଣ୍ଡା, ପି. ଶିବ ଶଙ୍କର, ଶଶୀ ଭୂଷଣ ରଥ, ଅଳକ ନାଥ ମିଶ୍ର, ତପନ କୁମାର ମିଶ୍ର, ପ୍ରଫୁଲ୍ଲ ପଣ୍ଡା, ଏବଂ ଶତାଧିକ ଚାଷୀ ଯୋଗ ଦେଇ ରଥକୁ ଉତ୍ସାହିତ ମଧ୍ୟ କରିଥିଲେ ।
କୃଷକମାନେ ଲାଗୁ ହୋଇଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ଦାବି କରୁଛନ୍ତି । ଏଥିପାଇଁ ରାଜ୍ୟର ୧୦ ଗୋଟି କୃଷକ ସଂଗଠନ ଚଳିତ ୧୨ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡିଶା ସାରା ବୁଲି ଲୋକଙ୍କୁ ସଚେତନ କରାଇବେ ।
ଏହି କୃଷକ ଅଧିକାର ଯାତ୍ରାରେ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଲିଙ୍ଗରାଜ, ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରାୟ, କ୍ଷୀରୋଦ ସିଂ ଦେବ, ଜ୍ୟୋତି ରଞ୍ଜନ ମହାପାତ୍ର, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମହେନ୍ଦ୍ର ପରିଡା, ଶ୍ରୀମନ୍ତ ମହାନ୍ତି, ବିଜୟ ସ୍ୱାଇଁ, ବଳଭଦ୍ର ମାଝୀ, ମାନସ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।