-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
12-Mar-2021
କେନ୍ଦୁଝର,(ପ୍ରେରଣା ଖବର) : ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମଦେଇଥିବା ଜଣେ ମାଆକୁ ପୁଅ ହତ୍ୟା କରିଛି । ଇଟାରେ ଛେଚି କୁଳାଙ୍ଗାର ପୁଅ ଜଣକ ମାଆକୁ ହତ୍ୟା କରିଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଗାଡ଼ହଟିଂରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଅର ମାନସିକ ବିକୃତି ଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି ।