-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Mar-2021
ଭୁବନେଶ୍ୱର(ପ୍ରେରଣା ଖବର) : ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀକୁ ବନ୍ଦ କରିଦିଆଯାଇଛି । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ନାହିଁ । ଏକଥା ଆମେ କହୁନାହୁଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଚଳିତ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଏବେ କୌଣସି ଜାଗାରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ଯ୍ୟ କରାଯାଉନି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ।
ପ୍ରକାଶ ଯେ, ବିଜୁ ଯୁବ ବାହିନୀକୁ ବିରୋଧୀମାନେ ଗୁଣ୍ଡା ବାହିନୀ ବୋଲି ଅଭିଯୋଗ କରିଆସୁଥିଲେ । ବିଜୁ ଯୁବ ବାହିନୀ ସଭ୍ୟଙ୍କ ନାମରେ ବହୁ ସଙ୍ଗୀନ ଅଭିଯୋଗ ଆସୁଥିଲା । କେଉଁଠି ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟର ଅଭିଯୋଗ ଆସୁଥିଲା ତ ଆଉ କାହା ନାମରେ ସଂଗୀନ ଅପରାଧିକ ମାମଲା ଥିବା କୁହାଯାଉଥିଲା । ଯାହାକୁ ନେଇ ବିଜେପି ଓ କଂଗ୍ରେସର ଯୁବକ କାର୍ୟ୍ୟକର୍ତ୍ତାମାନେ ବିଜେଡିକୁ ଘେରିବାରେ ସମର୍ଥ ହେଉଥିଲେ ।