-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ବ୍ରହ୍ମପୁର(ପ୍ରେରଣା ଖବର) : ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ରାମପଲ୍ଲୀ ଅଞ୍ଚଳର ଏକ ଘର ଉପରେ ଅତର୍କିତ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଚଢାଉରେ ପ୍ରାୟ ୫ହଜାର ଲିଟର ମଦ ଜବତ ହୋଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ରମ୍ଭା ନିକଟ ରାମପଲ୍ଲୀ ଅଞ୍ଚଳର ଏକ ଘରେ ମଦ କାରବାର ଚାଲିଥିଲା । ଯାହାର ଖବର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ପହଞ୍ଚିଥିଲା । ଏହାପରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିଲା । ଶେଷରେ ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗର ଗୁଇନ୍ଦା ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ରାୟ ୫ହଜାର ଲିଟର ମଦ ଜବତ ହୋଇଛି । ଏହା ସହ ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।