-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ): ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ । ବୁର୍ଲା ବଡ଼ ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।
ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ବିରୋଧରେ ଧାରା ୩୫୪ ଡି , ୫୦୬ ଏବଂ ୧୨ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଝାରସୁଗୁଡାର ଜଣେ ବୃଦ୍ଧାଙ୍କୁ ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ନାତୀ ନାତୁଣି ମଧ୍ୟ ଡାକ୍ତରଖାନାକୁ ଆସିଥିଲେ ।
ଅନ୍ୟପଟେ ବୁର୍ଲାର ଜଣେ ମହିଳାଙ୍କୁ ସେହି ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କର ଜଣେ ସମ୍ପର୍କିୟ ୨୫ ବର୍ଷିୟ ଯୁବକ ମେଡିକାଲ ଆସିଥିଲେ । ସନ୍ଧ୍ୟାରେ ନାବାଳିକା ଜଣଙ୍କ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଯୁବକ ଜଣଙ୍କ ମହଜୁଦ ଥିଲେ । ନାବାଳିକାଙ୍କୁ ଖରାପ ଦୃଷ୍ଟିରେ ଯୁବକ ଜଣଙ୍କ ଦେଖିଥିବା ବେଳେ ଭୟରେ ନାବାଳିକା ଦୌଡି ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ ।
ଏପରିକି ନାବାଳିକାଙ୍କ ମାଆ ଯୁବକଙ୍କୁ ଗାଳିଗୁଲଜ କରିବାରୁ ତାଙ୍କୁ ମଧ୍ୟ ଧମକଚମକ ଦେଇଥିଲେ ଅଭିଯୁକ୍ତ ଯୁବକ । ତେବେ ବୁର୍ଲା ଡାକ୍ତର ଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।