-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ସୁନ୍ଦରଗଡ଼ (ପ୍ରେରଣା ଖବର ବ୍ୟୁରୋ): ନଦୀ ପଠାରୁ ମିଳିଲା ଶରୀରର ବିଭିନ୍ନ କଟା ଅଂଶ । ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଇବ୍ ନଦୀ ପଠାରୁ ଶରୀରର କଟା ଅଂଶ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଇବ୍ ନଦୀ ପଠାରେ ଏଣେତେଣେ ଶରୀରର ବିଭିନ୍ନ କଟା ଅଂଶ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାର ଖବର ପୋଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନନାହିଁ । ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
ତେବେ ଶରୀରର କଟା ଅଂଶ ଏଠାକୁ ଆସିଲା କିପରି ? କେହି ହତ୍ୟା କରି ଏଠାରେ ଫିଙ୍ଗିଥିବାର ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଖଣ୍ଡବିଖଣ୍ଡ ଅଂଶକୁ ଜବତ କରିଛି ।