-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ବଲାଙ୍ଗିର (ପ୍ରେରଣା ଖବର) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି ) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଗୋଟିଏ ୱାଟରକୁଲର ଓ ପ୍ୟୁରିଫାୟର ମେସିନକୁ ଲୋକାର୍ପଣ କରିଛନ୍ତି।
ସ୍ଥାନୀୟ ଜନସାଧାରଣଙ୍କ ଅନୁରୋଧରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶ୍ରୀମତୀ ମିଶ୍ର ଏହି ପଦକ୍ଷେପ ନେଇଥିଲେ। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରଶାସନିକସ୍ତରରେ ଆବଶ୍ୟକ ସହଯୋଗ ଯୋଗାଇବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।