-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ବେଙ୍ଗାଲୁରୁ(ପ୍ରେରଣା ଖବର) : ଗତକାଲି ସେକ୍ସ ସିଡି ସାମ୍ନାକୁ ଆସିବା ପରେ ବିବାଦରେ ଛନ୍ଦି ହୋଇଥିବା କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାର୍କିହୋଲି ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ବିବାଦ ମଧ୍ୟରେ ରମେଶ ଜାର୍କିହୋଲି ନିଜ ଇସ୍ତଫା ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାକୁ ପଠାଇଛନ୍ତି। ଜାର୍କିହୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ମୋ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟଠାରୁ ବହୁ ଦୂରରେ। ଏକ ସ୍ପଷ୍ଟ ଅନୁସନ୍ଧାନ ଆବଶ୍ୟକ। ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି ଏବଂ ଏ ନେଇ ମୋର ଦୃଢ଼ ବିଶ୍ବାସ ରହିଛି। ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି ଏବଂ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି।ସୂଚନା ମୁତାବକ, ମଙ୍ଗଳବାର ଦିନ ମନ୍ତ୍ରୀ ରମେଶଙ୍କର ଏକ ସିଡି ସାମ୍ନାକୁ ଆସିଥିଲା। ଏଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସାମାଜିକ କାର୍ଯ୍ୟକର୍ତ୍ତା ଦୀନେଶ କାଲାହଲ୍ଲୀ ଏହି ସିଡି ଗଣମାଧ୍ୟମକୁ ଦେଇଥିଲେ ଏବଂ ଅଭିଯୋଗ କରିଥିଲେ ଯେ, ଭିଡିଓ କ୍ଲିପ୍ରେ ଥିବା ମହିଳାଙ୍କୁ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡରେ ସରକାରୀ ଚାକିରି କରାଇଦେବା ପ୍ରତିଶଅୁତି ଦେଇ ମନ୍ତ୍ରୀ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଗତ ସପ୍ତାହରେ ନ୍ୟାୟ ପାଇବା ପାଇଁ ମହିଳାଙ୍କ ପରିବାର ମୋ ପାଖକୁ ଆସିଥିଲେ ବୋଲି କାର୍ଯ୍ୟକର୍ତ୍ତା କହିଥିଲେ।
ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ସି ଏନ୍ ଅଶ୍ୱତ ନାରାୟଣ କହିଛନ୍ତି ଯେ, ତଥ୍ୟ ନ ଜାଣି ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ନୁହେଁ ଏବଂ ଏହା ହୁଏତ ତାଙ୍କୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର ହୋଇ ଥାଇପାରେ। ଅଭିଯୋଗ ନେଇ କୌଣସି ସ୍ପଷ୍ଟତା ନାହିଁ । ତଦନ୍ତ ଚାଲିଛି, ସତ୍ୟକୁ ବାହାରକୁ ଆସିବାକୁ ଦିଅନ୍ତୁ। ସତ୍ୟ ନ ଜାଣି କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।