-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) : ଗତକାଲି ରାତିରେ ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଯାଇଛି l ୨ ବଡଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି | ପ୍ରାପ୍ତ ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ଗୋଛାପଡା ପଞ୍ଚାୟତର ମଲିକପଡା ଗ୍ରାମର ସନ୍ତୋଷ ଜାନୀ (୩୨) ଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ (୪୦) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (୩୬) ଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ପାରିବାରିକ କଳହରୁ ବଚସl ହେଉହେଉ ଗଣ୍ଡଗୋଳ ର ରୂପ ନେଇଥିଲା। ଉଭୟ ବଡ଼ ଓ ମଝିଆ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରି ଶବକୁ ନେଇ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିବା ଅଭିଯୋଗ ହୋଇଛି | ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦରପୋଡା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି l ଅନ୍ୟପଟେ ହତ୍ୟାକାରୀ ଅଭିଯୋଗ ହେଉଥିବା ଦୁଇଭାଇ ଫେରାର ଥିବା ଜଣାପଡିଛି l ଆଜି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ | ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୋଲିସ୍ ବିଭାଗରେ ପ୍ରଥମେ ଏସ.ପି.ଓ. ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ l ମଝିଆ ଭାଇ ପ୍ରଶାନ୍ତ ଜାନୀ ପୁର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିଲେ ଓ କିଛି ଦିନ ତଳେ ଖଲାସ୍ ହୋଇ ଘରକୁ ଆସିଥିଲେ ବୋଲି ଜଣାପଡିଛି l