-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଖଲ୍ଲିକୋଟ,(ପ୍ରେରଣା ଖବର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ ।
ସୂଚନା ମୁତାବକ, ଦଣ୍ଡପାଣି ରବିବାର ରାତିରେ ଘରେ ଶୌଚ ହେବାକୁ କହି ବାହାରକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ବି ସେ ଫେରିନଥିଲେ । ତେବେ ସୋମବାର ସକାଳୁ କେଉଟ ସାହି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଘଟଣାସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ହୁମା ଫାଣ୍ଡିରୁ ମାତ୍ର ୨୦୦ମିଟର ଦୂରରେ ଘଟିଛି ।