-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି l ଯାହାକୁ ନେଇ ପୁଲିସ ର ରାତ୍ରୀ ପାଟ୍ରୋଲିଂ କୁ ନେଇ ପ୍ରଶ୍ନ ଉଠିଛି। ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ ମନ୍ଦିର ପୂଜକ ନୀତି କାର୍ଯ୍ୟ ପାଇଁ ଆସିଥିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ମେନେଜିଂ ଟ୍ରଷ୍ଟି ମଧୁସୂଦନ ଦାସଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା ଓ ସେହିଭଳି ଦକ୍ଷିଣ କାଳୀ ମନ୍ଦୀର କମିଟି ପୁଲିସକୁ ଜଣାଇଥିଲେ। ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା। ଜଗନ୍ନାଥ ମନ୍ଦିରରେ ସିସିଟିଭି ଲାଗିଥିବା ବେଳେ ଦକ୍ଷିଣ କାଳୀ ମନ୍ଦିରରେ ସିସିଟିଭି ନଥିବାରୁ କେବଳ ଜଗନ୍ନାଥ ମନ୍ଦିର ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ ଆରମ୍ଭ କରିଛି। ଘଟଣାକୁ ଗୁରୁତର ନେବା ସହ ବାଲିଗୁଡ଼ା ସଡିପିଓ ମନୋଜ ପୁଜାରୀ ଙ୍କ ସହ ଡଗ ସ୍କୁlଡ, ସାଇଣ୍ଟିଫିକ ଟିମ ଓ ତଦନ୍ତକରୀ ଅଧିକାରୀ ଏସ ଆଇ ରବୀନ୍ଦ୍ର ମୁଣ୍ଡାରୀ ତଦନ୍ତକୁ ଜୋରଦାର କରୁଛନ୍ତି।ବାଲିଗୁଡା ଶ୍ରୀ ଜଗନ୍ନାଥ ମନ୍ଦିର ଟି 59ନଂ.ଜାତୀୟ ରାଜପଥ କଡ ପୋଷ୍ଟ ଅଫିସର ନିକଟରେ ରହୁଥିବା ବେଳେ ଦୁର୍ବୃତ୍ତ ଜଣକ ପାଚେରୀ ଡେଇଁ ମନ୍ଦିର ପରିସରରେ ପଶିଥିବା ବେଳେ ମନ୍ଦିର ର ବାମ ପାଖ ରୋଷେଇ ଘର ନିକଟ ରେ ଭୋଗ ଯିବା ରାସ୍ତା ର କବାଟ ରେ ପଡ଼ିଥିବା ତାଲାକୁ ଭାଙ୍ଗି ମନ୍ଦିର ଭିତରେ ପଶି ହୁଣ୍ଡି (ଦାନବାକ୍ସ) ତାଡି ସେଥିରେ ଥିବା ସମସ୍ତ ଟଙ୍କା ପଇସା କୁ ଏକ ଗାମୁଛା ରେ ବାନ୍ଧି ଏକ ବ୍ୟାଗରେ ନେଇଥିବା ବିଷୟ ଜଗନ୍ନାଥ ମନ୍ଦିର ସିସି ଟିଭି ଫୁଟେଜରୁ ଜଣାପଡ଼ିଛି l ସେହି ଭଳି ମା' ଦକ୍ଷିଣ କାଳୀ ମନ୍ଦିରର ମା ପିନ୍ଧି ଥିବା ଦୁଇଟି ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସକାଳୁ ସକାଳୁ ପୂଜକ ମାନେ ନୀତି କାର୍ଯ୍ୟ କରିବା ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବା ପରେ ଫୋନ ଯୋଗେ ପୁଲିସ କୁ ସୂଚନା ଦେଇଥିଲେ। ବାଲିଗୁଡା ଟାଉନରେ ଏଭଳି ଘନ ଘନ ଚୋରୀ ହେଉଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l