-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର) :ଦୀର୍ଘ ଅଢେ଼ଇ ବର୍ଷ ପରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମାଟି ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶନିବାର ତିନି ପ୍ଲାଟୁନ ପୋଲିସ ଫୋର୍ସର ଉପସ୍ଥିତିରେ ସିସିଇ ଇଂ ନିରଞ୍ଜନ ରାଉତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଏହି ଅବସରରେ ପର୍ଦ୍ଧିଆପାଲିରେ ୮ଜଣ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି । ପରେ ଖୁଂଟପଲି ଗ୍ରାମରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଉଠାଯାଇ ମାଟିବନ୍ଧରେ ପକାଯାଇଥିଲା । ତେବେ କଇଣ୍ଡପାଲିରେ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ ବିରୋଧ ହେବାରୁ ପ୍ରକଳ୍ପ ଅଧିକାରୀମନେ ସେଠାକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଶୁକ୍ରବାର କିଛି ବିସ୍ଥାପିତଙ୍କୁ ବଲାଙ୍ଗିର ଡାକି ଜିଲାପାଳ ଏବଂ ଏସପି ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଆସି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହାପରେ ଉକ୍ତ କମିଟିର ସୁପାରିଶରେ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ଗତ ୧୯ତାରିଖରେ ୧୦୬.୪୭ କୋଟି ଟଙ୍କାର ଏକ ଗ୍ରାସିଆ ଏବଂ ଅନ୍ୟାନ୍ୟ ସହାୟତ ରାଶି ପ୍ରଦାନ କରିବାକୁ ଅନୁମୋଦନ ହୋଇଥିଲା ।