-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ରଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଆଜି ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଭୀମଭୋଇ ଛକରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅପୂର୍ବା ଚୌଧୁରୀ ଯୋଗଦେଇ ହେଲମେଟ ପିନ୍ଧି ଗାଡି ଚଳେଇବା, ବାଇକରେ ଦୁଇ ଜଣରୁ ଅଧିକା ନ ବସିବା, ସିଟ୍ ବେଲ୍ଟ ଲଗାଇ ଗଡ଼ି ଚଲାଇବା ନେଇ ଲୋକଙ୍କୁ ସଚେତନ କରିଥିଲେ । ତାଲୁକ୍ ଆଇନ ସେବା ପ୍ରାଧିକରଣର ରଶ୍ମିଲତା ପ୍ରଧାନ, ଆଇନଜିବୀ ଉମାକାନ୍ତ ମହାନନ୍ଦ, ରାଜେନ୍ଦ୍ର ପ୍ରସାଦ ବୈଠରୁ, ଭାବାନୀ ଶଙ୍କର ପଣ୍ଡା, ତୁଷାରକାନ୍ତ କର, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ , ସବ ଇନ୍ସପେକ୍ଟର ବୈଭବମାଳା ସ୍ବାଇଁ, ଏସଆଇ ତ୍ରୀବେଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।