-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
କଳାହାଣ୍ଡି,ନର୍ଲା(ସଞ୍ଜୀବ ଦାସ)
କଳାହାଣ୍ଡି ଜ଼ିଲ୍ଲା ନର୍ଲା ବ୍ଳକ ଅଧିନସ୍ତ ଘୋଡ଼ାବନ୍ଦ ପଞ୍ଚାୟତର ଘୋଡବନ୍ଦ ଗ୍ରାମଠାରେ ଆଜି ନାଗରିକ ବିକାଶ ସଂଗଠନ , କଳାହାଣ୍ଡି ତଥା ମହିଳା ଶ୍ରମଜୀବୀ ମଞ୍ଚ ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚ ତରଫରୁ ବ୍ଳକ ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମ ମିଶନ୍ ୧ଲକ୍ଷ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସରୋଜ କୁମାର ମାଝି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଉଦଘାଟନ କରିଥିଲେ ଓ ଏହି ଅଭିଯାନ ର ଲକ୍ଷ୍ୟ ଉଦ୍ଦେଶ୍ୟ କୁ ଲୋକମାନେ ବହୁ ପ୍ରଶଂସା କରିଥିଲେ। ନିମନ୍ତ୍ରିତ ଅତୀଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜୟ ଚଦ୍ର ମାଝୀ (ExMLA) ଯୋଗଦେଇଥିଲେ । ମିଶନ ୧ଲକ୍ଷ ଅଭିଯାନ ନାମରେ ନାମିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡ଼ିଶାର ୧୭ ଗୋଟି ଜିଲ୍ଲାରେ ୧ଲକ୍ଷ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଯେଉଁମାନେ ଅଧିକାଂଶ ସମୟରେ ସେମାନଙ୍କ ଶିକ୍ଷା ପାଇଁ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ସେମାନେ ଏହି ଯୋଜନାରେ ଲାଭାନିତ୍ବ ହେବେ । ଏହି କାର୍ଯ୍ୟକ୍ରମ ୩ଟି ପର୍ଯ୍ୟାୟରେ ୧୦୦ଦିନ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୦୦ରୁ ଊର୍ଦ୍ଧ୍ବ ମୋ ଚାଟଶାଳୀ କେନ୍ଦ୍ର ପରିଚାଳିତ ହେବ। ଯେଉଁଥିରେ ୧ମ ଶ୍ରେଣୀ ରୁ ୫ମ ଶ୍ରେଣୀ ର ୧୫୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ସ୍ଵେଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ । ଏହି ସ୍ଵେଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ରଛାତ୍ରୀମାନ ଙ୍କୁ ପ୍ରତିକାର ମୂଳକ ପାଠ ପଢାଇବା ପାଇଁ ତାଲିମ ଦିଆଯିବା ଦ୍ୱାରା ସେମାନେ ଆବଶ୍ୟକୀୟ ଦକ୍ଷତା ହାସଲ କରିପାରିବେ ।
ସମସ୍ତ ମୋ ଚାଟଶାଳୀ ରେ ରାଜ୍ୟ ସରକାର ଙ୍କ ଉଜ୍ବଳ ୧ମ ଶ୍ରେଣୀ ରୁ ୫ମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଶିକ୍ଷଣ ବୃଦ୍ଧି ପୁସ୍ତିକାର ବିଷୟବସ୍ତୁ ଗୁଡିକୁ ଅନୁସରଣ କରି ଶିକ୍ଷା ଦିଆଯିବ । ପ୍ରାରମ୍ଭ ରୁ କେବଳ ଓଡ଼ିଆ ଓ ଗଣିତ ବିଷୟରେ ଦକ୍ଷତା ବୃଦ୍ଧି କରାଯିବ । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଫଳାଫଳକୁ ତ୍ବରାନ୍ବିତ କରିବା ସକାଶେ ସ୍ଵେଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନିୟମିତ ଭାବରେ ମୂଲ୍ୟାଙ୍କନ କରିବେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶସଂଗଠନ ଟିମ ଲିଡର ଶ୍ରୀଯୁକ୍ତ ଅଭିଷେକ କୁମାର ଦାସ ଓ ସଂଗଠନ ର ବ୍ଲକକୋଡ଼ିନେଟ ର ବାବୁଲା ତାଣ୍ଡି, କର୍ମୀବୃନ୍ଦ ହେଲେ ସନ୍ତୋଷ ବାରିକ, ବ୍ରଜକିଶୋର କରନ ଓ ଶ୍ରୀମତି ଯୋତି ସେନାପତି ,ତଥା ସୁକୁନ ମାଝୀ,ମମତା ମାଝୀ ଓ ଗାଁ କମିଟିରୁ ସ୍ଵେଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ l