-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) :: ଦୁର୍ଘଟଣା ନୁହେଁ , ସୁଚିନ୍ତିତ ହତ୍ୟା । ପୁଅର ମୃତ୍ୟୁକୁ ନେଇ ଏବେ ବାର ଦ୍ଵାରା ହେଉଛନ୍ତି ପରିବାର ଲୋକ । ପୁଅକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଉଥିବା ଘଟଣାକୁ ନାପସନ୍ଦ କରିଛନ୍ତି ମୃତକଙ୍କ ପରିବାର ଲୋକ। ପୁଅ ମୃତ୍ୟୁର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁହାରୀ କରିଛନ୍ତି ପରିବାର ଲୋକ । ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ ଗାଁର ଗଣପତି ବଛାଙ୍କ ମୃତ୍ୟୁ ପରେ, ତାଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି ।
ଖବର ଅନୁଯାୟୀ, ବେଲପଡାରୁ ଏକ ଭୋଜିରେ ଯୋଗଦାନ କରି ଫେରୁଥିବା ବେଳେ ତାଙ୍କ ମୃତଦେହ ବେଲପଡା ରାସ୍ତାକଡରୁ ମିଳିଥିଲା। ଏହାକୁ ନେଇ ପୋଲିସ ଦୁର୍ଘଟଣା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ହେଲେ ଗଣପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଏନେଇ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରି ଛାଡି ଦେଇଥିଲା ପୋଲିସ। ତେବେ ଏହାକୁ ନେଇ ଗତ ୨୦ ତାରିଖରେ ବଙ୍ଗୋମୁଣ୍ଡା ଥାନା ଘେରାଉ କରିବା ସହ ପୁଅର ମୃତ୍ୟୁର ନ୍ୟାୟ ପାଇଁ ଦାବି କରିଥିଲେ ପରିବାର ଲୋକ। ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୁଢା ମା ଓ ବାପା ।
ସେପଟେ ଏସପିଙ୍କ ସହ ସାକ୍ଷାତ ପରେ ନିରାଶ ହୋଇ ଫେରିଥିବା କହିଛନ୍ତି ପରିବାର ଲୋକ। ଏହା ଦୁର୍ଘଟଣା ଓ ହତ୍ୟାର କୌଣସି ତଥ୍ୟ ପରିବାର ଲୋକଙ୍କ ପାଖରେ ଅଛି କି ? ପୋଲିସ ତଦନ୍ତ କରୁଛି କାହିଁ କି , ଥାନା ଘେରାଉ କରି ଆଇନ ଉଲଙ୍ଘନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । କୌଣସି ସଂନ୍ତାଷ ଜନକ ଉତ୍ତର ଏସପି ନଦେଇଥିବା କହିଛନ୍ତି ପରିବାର ଲୋକ। । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ନମିଳିଲେ ପରିବାର ପକ୍ଷରୁ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ।