-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||     

HOME   ରାଜ୍ୟ

ପ୍ରକୃତ ପ୍ରେମର ନିଚ୍ଛକ ଉଦାହରଣ: ଜେଲ୍‌ରେ ପ୍ରେମିକ, ଅନ୍ୟ ସମ୍ପ୍ରଦାୟର ପ୍ରେମିକା, ବାହାବେଦୀରେ ହେଲେ ଭେଟାଭେଟି

23-Feb-2021



ବାଲେଶ୍ବର(ପ୍ରେରଣା ଖବର ବ୍ୟୁରୋ):ସଂପର୍କ ଆଗରେ ହାର ମାନିଲା ସମ୍ପ୍ରଦାୟ। ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀଯୁଗଳ। ପୁଣି ସଂପର୍କ ଏତେ ନିବିଡ ଥିଲା ଯେ, ଜେଲ୍‌ରୁ ସିଧା ବାହାରି ବାହାବେଦୀରେ ପହଞ୍ଚିଲେ ବର। ପ୍ରେମିକଙ୍କୁ ପାଇବା ପାଇଁ ପ୍ରେମିକା ଜଣକ ସ୍ୱଧର୍ମ ବଦଳାଇଛନ୍ତି। ବହୁ ବାଧାବିଘ୍ନ ସତ୍ତେ୍ୱ ସେ ପ୍ରେମିକଙ୍କୁ ସୋମବାର ବିବାହ କରିଛନ୍ତି । ଘଟଣା ବାଲେଶ୍ୱରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ, ପ୍ରେମିକା ଜଣକ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର। ସେ ବାଲେଶ୍ୱର ଲୁମିନ୍ସ ବ୍ୟାଟେରୀ କମ୍ପାନିରେ ଚାକିରି କରୁଥିଲେ।

ସେତେବେଳେ ଏହି କମ୍ପାନିର ଏରିଆ ମ୍ୟାନେଜର ଥିବା କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ମନ୍ତାପଡା ଗ୍ରାମର ଦେବୀପ୍ରସାଦ ମିଶ୍ର(୩୨)ଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦେବୀପ୍ରସାଦ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ବିବାହ ପାଇଁ ଉଭୟ ପରିବାର ରାଜିଥିଲା ବେଳେ ଦେବୀପ୍ରସାଦଙ୍କ ଭାଇ ଅରାଜି ଥିଲେ। ଉପାୟହୀନ ହୋଇ ପ୍ରେମିକା ଦେବୀପ୍ରସାଦଙ୍କ ଘରକୁ ଯାଇଥିଲେ। ମାତ୍ର ସେତେବେଳେ ପ୍ରେମିକଙ୍କ ପରିବାର ତାଙ୍କୁ ଗ୍ରହଣ କରିନଥିଲେ।

ଦେବୀପ୍ରସାଦଙ୍କ ଘରୁ ନିରାଶ ହେବା ପରେ ପ୍ରେମିକା ଜଣକ ଶିଳ୍ପାଞ୍ଚଳ ଥାନାରେ ବଳାତ୍କାର ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିଲା। ପରେ ଦେବୀପ୍ରସାଦଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଦେବୀପ୍ରସାଦଙ୍କ ପରିବାର ପକ୍ଷରୁ ଜାମିନ ଆବେଦନ କରିଥିଲେ। ଜାମିନ ନାମଞ୍ଜୁର ହୋଇଥିଲା। ସେହିଦିନ ଠାରୁ ଦେବୀପ୍ରସାଦ ବିଚାରବିଭାଗୀୟ ହାଜତରେ ଅଛନ୍ତି। ପ୍ରେମିକାଙ୍କୁ ବିବାହ କରିବାକୁ ରାଜିଥିବା କହି ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କୁ ପ୍ରଥମେ ବିବାହ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇଜୀବୀ ପ୍ରଶାନ୍ତ ନନ୍ଦ ଉଭୟ ପ୍ରେମିକ-ପ୍ରେମିକାଙ୍କୁ ବିବାହ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ବିବାହ ପାଇଁ ପ୍ରେମିକାଜଣକ ପ୍ରଥମେ କୋର୍ଟରେ ସ୍ୱଧର୍ମ ପରିବର୍ତ୍ତନ କରି ହିନ୍ଦୁଧର୍ମ ଗ୍ରହଣ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶିଳ୍ପାଞ୍ଚଳ ଥାନା ଅଧିକାରୀଣୀ ମିନତୀ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଦେବୀପ୍ରସାଦଙ୍କୁ ପୁଲିସ୍‌ ଫୋର୍ସ ହେପାଜତରେ ବିଚାର ବିଭାଗୀୟ ହାଜତରୁ ଆଣିଥିଲେ। ରାଜାବଗିଚାସ୍ଥ ରାଧାକୃଷ୍ଣ ମନ୍ଦିରରେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବୈଦିକ ରୀତିରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବାହ ପରେ ଦେବୀପ୍ରସାଦଙ୍କୁ ପୁନଶ୍ଚ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦେବୀପ୍ରସାଦ ବିବାହ କରିଥିବାର ପ୍ରମାଣ କୋର୍ଟରେ ଦର୍ଶାଇବା ସହ ଜାମିନ ଆବେଦନ କରିବେ ବୋଲି ଜଣାପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026

You Might Also Like