ଅମାନିଆ କରୋନା ଆକ୍ରାନ୍ତଙ୍କୁ କାବୁ କରିବାକୁ ଦାବି କଲେ।: ସଇଁତଳା ଯୁବ ଗୋଷ୍ଠୀ
26-Sep-2020
ଅମାନିଆ କରୋନା ଆକ୍ରାନ୍ତଙ୍କୁ କାବୁ କରିବାକୁ ଦାବି କଲେ।: ସଇଁତଳା ଯୁବ ଗୋଷ୍ଠୀ
ବଲାଙ୍ଗିର ସଇଁନ୍ତଲା : ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ଜନସାଧାରଣ ସଚେତନତାକୁ ବେଖାତିର କରୁଥିବା ଯୋଗୁଁ ସଂକ୍ରମଣ ଆହୁରି ଭୟଙ୍କର ରୂପ ଧାରଣ କରିସାରିଲାଣି ।
ସୂଚନା ଏହି କି ଯେ ଯେ, କିଛିଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ରେ କରୋନା କାୟାବିସ୍ତାର କରିଛି । କରୋନା ଆକ୍ରାନ୍ତ ବ୍ୟକ୍ତି ସେମାନେହୋମ୍ କ୍ୱାରେନ୍ଟାଇନ୍ରେ ରହିବାକୁ ସରକାରଙ୍କ କହନ୍ତି। କିନ୍ତୁ ବେଖାତିର ଯୋଗୁଁ କରୋନା ଆକ୍ରାନ୍ତ ବ୍ୟକ୍ତି ଏଣେତେଣେ ବୁଲୁଛନ୍ତି । ଫଲରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ତେଣୁ ଆଜି ଏହାର ପ୍ରତିକାର ପାଇଁ ସଇଁନ୍ତଲା ଯୁବ ଗୋଷ୍ଠୀ ଆଗେଇ ଆସିଛନ୍ତି । ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ଅଞ୍ଚଳକୁ ସେନିଟାଇଜ କରାଯାଉ ବୋଲି ଯୁବ ଗୋଷ୍ଠୀ ଦାବୀ କରିଛନ୍ତି ।
ଆଜି ସଇଁନ୍ତଲା ସରପଞ୍ଚ, ପୋଲିସ, ତହସିଲଦାର ଓ ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିବା ବେଳେ ଯଦି କରୋନା ଆକ୍ରାନ୍ତ ବ୍ୟକ୍ତି ବୁଲାବୁଲି କଲେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବା ର ଆଶଙ୍କା ରହିଛି । ତେଣୁ ଏହାର ପ୍ରତିକାରରେ ସଇଁନ୍ତଳା ଯୁବ ଗୋଷ୍ଠୀ ମା’ ଚଣ୍ଡୀ ମନ୍ଦିରଠାରୁ କୋଭିଟ ନିୟମ ପାଳନ କରି। ସମସ୍ତ ଅଫିସରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।