-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2020
ବଲାଙ୍ଗିର : ସହରରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହା ସଚେତନତା ର ଅଭାବ ଯୋଗୁଁ ସଂକ୍ରମ ବ୍ୟାପୁଥିବା ପରିଲକ୍ଷିତ ହୁଏ। ଆଜି ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହୀନି ପକ୍ଷ୍ୟରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଡେଲିମାର୍କେଟ ଶ୍ରୀ ରାମ ଚରିତ ମାନସ ମନ୍ଦିର ଠାରୁ ଆରମ୍ଭ କରି ଡେଲିମାର୍କେଟ କୁ ଆସୁଥିବା ଲୋକଙ୍କୁ ଲିପଲେଟ, ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଥିଲା। ଏଥିରେ କେଶରୀଆ ହିନ୍ଦୁ ବାହୀନି ର ଜିଲ୍ଲା ସଭାପତି ସନ୍ତୋଷ ଭୋଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।