-+91-9937148622 |
prerana_bgr@rediffmail.com |
Monday 7th September 2026 |
R.N.I. Regd No. ODIODI/2010/46693
Breaking News
07-Sep-2026
ବରଗଡ଼(ତୁଳସୀ ଚରଣ ଦାସ): ଗତକାଲି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗ, ଗୋବର୍ଦ୍ଧନ ମଠ, ପୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ପୀଠପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ବରଗଡ଼ ଶାଖାର ସଂଗଠନ ପରିଚାଳନା ସମିତି ସଭ୍ୟ ମାନଙ୍କର ପ୍ରଥମ ପ୍ରସ୍ତୁତି ବୈଠକ ବରଗଡ଼ ରେଲୱେ ଷ୍ଟେସନ ରୋଡ ସ୍ଥିତ କୈଳାସ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ସର୍ବଶ୍ରୀ ତ୍ରିଲୋଚନ ଦାଶ, ବାସୁଦେବ ଦାଶ, ଚଣ୍ଡୀପ୍ରସାଦ ମିଶ୍ର, ବିମଳ କୃଷ୍ଣ ଦାଶ, କୃଷ୍ଣଚନ୍ଦ୍ର ପାଢ଼ୀ, ସନ୍ତୋଷ ଦାଶ, ଜୟନାରାୟଣ ପାଣିଗ୍ରାହୀ, ତୁଳସୀ ଚରଣ ଦାଶ, ପଞ୍ଚାନନ ପଣ୍ଡା, ସୁକାନ୍ତ ମହାପାତ୍ର, ନିହାର ରଞ୍ଜନ ପ୍ରଧାନ,ଶାନ୍ତନୁ ପାଣିଗ୍ରାହୀ, ଗଜେନ୍ଦ୍ର ପଣ୍ଡା, ସୂର୍ଯ୍ୟକୁମାର ମହାପାତ୍ର, ଶ୍ରୀମତୀ ରୁନୁପମା ପ୍ରଧାନ, ଶ୍ରୀମତୀ କଲ୍ୟାଣୀ ଶତପଥି, ଶ୍ରୀମତୀ ନିତମ୍ବିନୀ ପଣ୍ଡା, ଶ୍ରୀମତୀ ପ୍ରତିମା ମିଶ୍ର ଉପସ୍ଥିତ ଥିଲେ |
ଉକ୍ତ ବୈଠକରେ ଗୁରୁପୂଜନ, ଗୁରୁବନ୍ଦନା, ଆରତୀ, ପୁଷ୍ପାଞ୍ଜଳୀ, ନୈବେଦ୍ୟ ସହିତ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା |
---------×××----------