-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ଗଞ୍ଜାମ (ଉମା ମହାରଣା): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ଯନଗର ଥାନା ଅର୍ଜୁନପଲୀ ଗାଁ କାଜୁ ତୋଟାରୁ ଅଜଣା ମହିଳାଙ୍କ ଶବ ମିଳିବା ଘଟଣାଶବକୁ ଚିହ୍ନଟ କଲେମହିଳାଙ୍କ ପରିବାର ବର୍ଗ l ମୃତକ ହେଲେ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ନିକଟସ୍ଥ ବାଉଁଶିଆ ପଲ୍ଲୀ ଅଂଚଳର ଲିଲି ନାଏକ ବୋଲି ଜଣା ପଡିଛି l
ଗତ ରବିବାର ଦିନ ସେ ତାଙ୍କ ସ୍ୱାମୀଙ୍କ ସହ ଯାଇଥିଲେ l
ସେହିଦିନ ଠାରୁ ସେ ନିଖୋଜ ଥିଲେ l ସ୍ୱାମୀ ବାହାର ରାଜ୍ୟରେ କାମ କରନ୍ତିି l ଗତ ଏକ ମାସ ହେଲା ଲିଲି ଓ ତାଙ୍କ ସ୍ୱାମୀ ବାଉଁଶିଆପଲିରେ ରହୁଥିଲେ l ବକେୟା ଟଙ୍କା ମାଗିବା ବାହାନାରେ ସ୍ୱାମୀ ଡାକି ନେଇଥିଲେ ଲିଲିଙ୍କୁ l ଗତକାଲି ଲିଲିଙ୍କ ଶବ ମିଳିଥିଲା କାଜୁ ତୋଟାରେ l
ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା l
ଲିଲିଙ୍କ ସ୍ୱାମୀ ହିଁ ତାକୁ ହତ୍ୟା କରି ଫୋଫଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମାଆ ଡମୁଣି ନାୟକ l
ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ତାକୁଂ କେହି ହତ୍ୟା କରି ଫୋପାଡି ଦେଇଥିବା ଅନୁମାନ କରାଯାଉଥିଲା । କବିସୂର୍ୟ୍ଯନଗର ଓ ପୋଲସରା ପୋଲିସ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବେଛଦ ପାଇଁ ପଠାଇ ତଦନ୍ତ କରୁଥିବା ବେଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ପରିବାର ଲୋକଙ୍କ ଅଭିଯୋଗ ଆଧାର ରେ ତଦନ୍ତ କରୁଛି ପୋଲିସ