-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ବ୍ରହ୍ମପୁର (ପ୍ରେରଣା ଖବର): ଖରା ନଆସୁଣୁ ଦେଖାଦେଲାଣି ପାଣି ସମସ୍ୟା । ଯାହାକୁ ନେଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ଗାଁ ଅଞ୍ଚଳରେ ଦୀର୍ଘ ୨ ମାସ ହେଲା ଲୋକଙ୍କୁ ପିଇବା ପାଣି ମିଳୁନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ରାସ୍ତା ଚଉଡା କରିବା ବେଳେ ପାଣି ପାଇପ ଗୁଡିକୁ ନଷ୍ଟ କରି ଦିଆଯାଇଛି। ବାରମ୍ବାର ଏନେଇ ସ୍ଥାନୀୟଲୋକ ବ୍ଲକ ପ୍ରଶାସନକୁ ଜଣାଇଥିଲେ । କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ଏପରିକି ସ୍ଥାନୀୟ ଲୋକେ ପୋଖରୀ, କୂଅ, ନଳକୂପରୁ ପାଣି ପିଉଛନ୍ତି । ଶେଷରେ ଆଜି ବିଜେପି ନେତୃତ୍ୱରେ ଶତାଧିକ ଲୋକେ ରାସ୍ତାରୋକ କରିଛନ୍ତି । ବ୍ରହ୍ମପୁର-ଲୋଚପଡ଼ା ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି ଶତାଧିକ ଲୋକେ ଧାରଣା ଦେଇଛନ୍ତି । ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।