-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ବ୍ରହ୍ମପୁର(ପ୍ରେରଣା ଖବର): ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଆସାମରେ ବିହାର 14th ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଯାହାକୁ ନେଇ ଜନ୍ମ ମାଟି ଗଂଜାମ ଜିଲ୍ଲାର ଚିକିଟିରେ ଶୋକାକୁଳ ପରିବେଶ ।ଗତକାଲି ସଂଧ୍ୟାରେ ତାଙ୍କ ପାର୍ଥିବ ଶରୀର ଚିକିଟିକୁ ଆସିବା ପରେ ଚିକିଟି ପେଣ୍ଠ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଭାରତ ମାତାକୀ ଧ୍ବନୀ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ ।
ହଜାର ହଜାର ଲୋକ ଶୋଭାଯାତ୍ରାରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସୂଚନା ଅନୁସାରେ, 8 ତାରିଖରେ ଆସାମର ସମ୍ବେଦନଶୀଳ ଫାୟାରିଂ ସ୍ଥଳକୁ ସେନା ବିଭାଗର ଏକ ଗାଡ଼ିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବସିଥିବା ସମସ୍ତ ଯବାନ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ । ଏହି ସମୟରେ କୃଷ୍ଣଚନ୍ଦ୍ର କୋମାରେ ଥିଲେ ।