-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଅନୁଗୋଳ(ପ୍ରେରଣା ଖବର) ରାସ୍ତା ପାର୍ଶ୍ବରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କରତପଟା ଛକ ରାସ୍ତା ପାର୍ଶ୍ଵରେ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ଗୋଟିଏ ଗଛରେ ଲାଗି ରହିଛି। ମୃତଦେହ ନିକଟରେ ପଡିଥିବା ମନିପର୍ସରୁ ଏକ ଡ୍ରାଇଭିଂ ଲାଇସେନ୍ସ ମିଳିଛି । ସେଥିରେ ରମେଶ ଚନ୍ଦ୍ର ସାହୁ ବନ୍ତଳାର ବୋଲି ଲେଖା ରହିଛି । ତେଣୁ ସେ ବନ୍ତଳାର ବୋଲି ଜଣାପଡୁଛି । ମୁତ୍ୟୁର କାରଣ ସଠିକ୍ ଜଣାପଡୁନାହିଁ ।
କେହି କେହି ହାତୀ ମାରିଥିବା କହୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତାଙ୍କ ମୁଣ୍ଡରେ ଏକ ଗାତ ଭଳି କ୍ଷତ ଚିହ୍ନ ରହିଛି । ହାତୀ ଦାନ୍ତ ମୁଣ୍ଡରେ ବାଜିଥାଇପାରେ ବୋଲି ଅନୁମାନ କରାଯାଉଛି । ମୃତଦେହ ନିକଟରେ ହାତୀର ପାଦଚିହ୍ନ ଦେଖିବାକୁ ମିଳଛି । ବିଳମ୍ବିତ ରାତିରେ ଏଭଳି ଘଟିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବନ ବିଭାଗର କର୍ମଚାରୀ ପହଞ୍ଚିଲା ପରେ ସଠିକ୍ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି।