-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||     

HOME   ଜିଲ୍ଲା

କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ

03-Jul-2026



ଧାନ କିଣା ସମସ୍ୟା ଦୂର କର ନହେବ ହେବ ଆନ୍ଦୋଳନ - ନରସିଂହ

ବଲାଙ୍ଗିର(ପ୍ରେରଣା ଖବର)- ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଂଚାୟତର କୁତୁର୍ଲା ପ୍ରାଥମିକ ସମବାୟ ସମିତି ରେ ଚାଲିଥିବା ଧାନ ମଣ୍ଡିକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେଠାକାର ଚାଷୀମାନଙ୍କ ଅନୁରୋଧ ଦ୍ୱାରା ପରିଦର୍ଶନରେ ଯାଇଥିଲେ । ସେଠାରେ ଚାଷୀମାନଙ୍କ ଅଭିଯୋଗ ଥିଲା ଧାନ ଉଠିବାର ଧାର୍ଯ୍ୟ ହୋଇଥିବା ତାରିଖର ଶେଷ ଦିନରେ ମଧ୍ୟ ଅନେକ ଚାଷୀଙ୍କ ଧାନ ମିଲ କୁ ଯାଇପାରୁନାହିଁ । ଏପରି କି ସେଠାରେ ପଞ୍ଜିକୃତ ୧୮ଜଣ ଚାଷୀଙ୍କ ସେଟେଲାଇଟ ସର୍ଭେରେ ତଥ୍ୟ ଠିକ୍ ମିଳୁନଥିବାରୁ ପରବର୍ତ୍ତି ସମୟରେ ସେ ସବୁକୁ ଅଧିକାରୀମାନଙ୍କ ଦ୍ୱାରା ପ୍ରତ୍ୟେକ୍ଷ ସର୍ଭେର ଠିକ୍ ତଥ୍ୟ ପଠାଯାଇଥିଲେ ହେଁ ସେମାନଙ୍କ ଟେକନ ଆସିପାରୁନାହିଁ । ଶହ ଶହ ବସ୍ତା ଧାନ ମଣ୍ଡିକୁ ଆସି ଟ୍ରାନ୍ସଫୋଟେସନ ଅଭାବରୁ ପଡିରହୁଛି । ଏପରି ସ୍ଥଳେ ଚାଷୀ ଅନେକ କ୍ଷୟକ୍ଷତି ସହୁଛି । ବିଭାଗ ତରଫରୁ ଚାଷୀଙ୍କୁ ତାଙ୍କ ନିଜ ଗାଡିରେ ଧାନ ମିଲ କୁ ନେବା ପାଇଁ ବାଧ୍ୟ କରାଯାଉଛି । ପରେ ପୁଣି ସେହି ଗାଡି ଦୁଇ ତିନ ଦିନ ପରେ ମିଲ ରେ ଅନଲୋଡ ହେବା ଦ୍ୱାରା ଗାଡିମାଲିକମାନେ ଚାଷୀଙ୍କ ଉପରେ ଗାଡିର ଅଧିକ ଭଡା ଦାବି କରୁଛନ୍ତି । ଦେଖିବାକୁ ଗଲେ କଟନି ଛଟନି ବାହାରେ ମଧ୍ୟ ଟ୍ରାନ୍ସପୋଟେସନ ଖର୍ଚ୍ଚ ର ଏକ ବଡ ସ୍କାମ ତଳରୁ ଉପର ପର୍ଯ୍ୟନ୍ତ ଚାଲିଛି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ଧାନବିକା ଚାପରେ ରହି ଚାଷୀମାନେ କହିଥିଲେ ଯେ ଟ୍ରାନ୍ସଫୋଟେସନ ଖର୍ଚ୍ଚ ନିଜେ ବହନ କରୁଥିବା ବେଳେ ସରକାର ଙ୍କ ଠାରୁ ମିଲ ମାଲିକମାନେ ଟ୍ରାନ୍ସପୋଟ ଖର୍ଚ୍ଚ ନିଜେ ଆତ୍ମସାତ କରିନେଉଛନ୍ତି । ତେଣୁ ଏ ସବୁ ସମାଧାନ ପାଇଁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଜଣାଇଥିଲେ । ଜିଲ୍ଲାପାଳ ଯେତେ ଶିଘ୍ର ହେବ କୁତୁର୍ଲା ମଣ୍ଡିକୁ ଗାଡିର ବ୍ୟବସ୍ଥା କରାଉଛନ୍ତି ବୋଲି ପ୍ରତିଶୃତି ଦେଇଛନ୍ତି । ତଥାପି ମଧ୍ୟ ଚାଷୀମାନେ ଧାନକିଣା ବ୍ୟବସ୍ଥା କୁ ନେଇ ସମ୍ପୁର୍ଣ୍ଣଭାବେ ଅସନ୍ତୋଷ୍ଟ ଥିବା ଜଣାଯାଇଥିଲା । କାରଣ ଧାନ ଉଠିବାର ଆଜି ହେଉଛି ଶେଷ ଦିନ ଏବଂ ଆଜି ବି ପେକ୍ସ କର୍ତ୍ତୃପକ୍ଷ ଧାନ କେମିତି ଉଠିବ ସଠିକ୍ କିଛି କହିପାରୁନାହାନ୍ତି । ଯଦି ଏପରି ଧାନକିଣା ଅବ୍ୟବସ୍ଥା ଯୋଗୁଁ ଚାଷୀ ଅସନ୍ତୋଷ ଜାରି ରହିବ ଏବଂ ଧାନର ଅଭାବି ବିକ୍ରି ଯୋଗୁଁ ଚାଷୀ ଆର୍ଥିକ କ୍ଷତି ସହିବ ତେବେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନର ରାସ୍ତା ଅପଣାଇବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଶ୍ରୀ ମିଶ୍ର ଏହା ବି କହିଛନ୍ତି ଯେ ଧାନକିଣା ଅବ୍ୟବସ୍ଥା କୁ ନେଇ ଗତ ତିନଦିନ ହେଲେ ସେ ନିଜେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଫୋନ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟ ବିଷୟ ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣ ଅଧିକାରୀ ଙ୍କ ଫୋନ ସୁଇଚଅଫ୍ ରହୁଛି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ପେକ୍ସ ସେକ୍ରେଟେରୀ ଜିତେନ ନାଗ, ସଭାପତି ନିଳାମ୍ବର ବାବୁ, ଚାଷୀ କୃଷ୍ଣ ସେଠ, ଇସମାଇଲ ସୁନା, ଉଦୟନାଥ ପାଣିଗ୍ରାହୀ, ବାଙ୍କ ପ୍ରଧାନ, ଗୌରାଙ୍ଗ ପୋଡ, ଅଶୋକ ସେଲମା, ଚକା ପଧାନ, ଦାମୋଦର ପ୍ରଧାନ, ସୁମିତ୍ରା ଜାଲ, କଂଗ୍ରେସ ନେତା ରାମଜୀ ଚୈାଧୁରି, ସଂକିର୍ତ୍ତନ ବାଗ, କାନ୍ତେଶ୍ୱର ପ୍ରଧାନ ପପୁ ପାତ୍ର, ଅସିତ ମିଶ୍ର, ଭିକାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026

You Might Also Like