-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
15-Jul-2026
କଣ୍ଟାବାଞ୍ଜି,: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ବିଜୁ ଜନତା ଦଳ ଯୁବ ନେତା ଗିରିରାଜ ସିଂ ମାଝୀ ଙ୍କ ଜନ୍ମ ଦିନ ବୁଧବାର ନିଆରା ଢଙ୍ଗରେ ପାଳନ କରାଯାଇଛି। ଗିରିରାଜ ସିଂ ମାଝୀ ଙ୍କ ସମର୍ଥନ ମାନେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିସରରେ ଥିବା ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏହି ଶିବିର ରେ ବିଜେଡି ନେତା ଗିରିରାଜ ସିଂ ମାଝୀ ଓ ତାଙ୍କ ଧର୍ମପତ୍ନୀ ତଥା ବିଜେଡ଼ି ନେତ୍ରୀ ନିରୁପମା ମାଝୀ ଯୋଗ ଦେଇ ଉଭୟ ଦମ୍ପତି ରକ୍ତଦାନ କରି ଶିବିର କୁ ଉଦଘାଟନ କରିଥିଲେ। ଗୋଟିଏ ୟୁନିଟ୍ ରକ୍ତ ପାଇଁ କାହାର ଜୀବନ ନ ଯାଉ ତେଣୁ କରି ଆମ ନେତା ଙ୍କ ଜନ୍ମ ଆମେ ରକ୍ତଦାନ କରିଛୁ ବୋଲି ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି। ଏହି ଶିବିର ରେ ଅନେକ ଯୁବଗୋଷ୍ଠୀ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପରେ ବିଜେଡ଼ି ନେତା ଶ୍ରୀ ମାଝୀ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିବା ବେଳେ ସହରର ଅନେକ ସ୍ଥାନରେ ଥିବା ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଶ୍ରୀଧର ମାଝି,ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ, ଯୁବ ସମାଜସେବୀ ଅନୁପ ଖୁରା, ଯୁବ ସାମ୍ବାଦିକ ମୋହନ ସୁନା,ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ,ସଚିନ୍ ହଂସ,ଦୀପକ ଗିଭେଲା,ଦେବରାଜ ଯାଦବ, ଆଶାଦୁଲା ଖାଁ,ବିଷ୍ଣୁ ଜୁଏଡ, ବିଶ୍ଵନାଥ ସାହୁ ସହ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।