-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
15-Jul-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା:-ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ କିଛି ବ୍ୟକ୍ତି ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ସାଧାରଣ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଓ ଚିନ୍ତା ମଧ୍ୟ ପ୍ରକାଶ ପାଉଛି।ସ୍ଥାନୀୟ ମହଲରେ କହିବା ଅନୁଯାୟୀ, କିଛି ଅସାମାଜିକ ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଭୟଭୀତ କରିବା ସହ ଟଙ୍କା ଦେବା ପାଇଁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । କେତେକ କ୍ଷେତ୍ରରେ ସେମାନେ ଖବର ପ୍ରକାଶ କରିବାର ଭୟ ଦେଖାଇ ଅର୍ଥ ଆଦାୟ କରିବାକୁ ଚେଷ୍ଟା କରୁଥିବା ନେଇ ମଧ୍ଯ ଚର୍ଚ୍ଚା ହେଉଛି। ପ୍ରକୃତ ସାମ୍ବାଦିକମାନେ ସମାଜର ସମସ୍ୟାକୁ ଲୋକ ଲୋଚନକୁ ଆଣିବା ଓ ଜନସାଧାରଣଙ୍କ ସ୍ବର କୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କାମ କରୁଥିବା ବେଳେ, କିଛି ଅସାଧୁ ବ୍ୟକ୍ତିଙ୍କ ଏପରି ଆଚରଣ ଯୋଗୁଁ ପ୍ରକୃତ ସାମ୍ବାଦିକ ମାନଙ୍କୁ ଲୋକେ ସନ୍ଦେହ ଘେରରେ ଦେଖୁଛନ୍ତି। ଡାବୁଗାଁ ସାମ୍ବାଦିକ ସଙ୍ଘର ସଭ୍ୟ ବା ପ୍ରକୃତି ସାମ୍ବାଦିକ ଭାଇ ମାନେ କହିବା ଅନୁସାରେ, ଯେଉଁ ବ୍ୟକ୍ତି ପ୍ରକୃତରେ କୌଣସି ଗଣମାଧ୍ଯମ ସହିତ ଜଡ଼ିତ ନୁହନ୍ତି, ସେମାନେ ସାମ୍ବାଦିକ ପରିଚୟ ଦେଇ ସମାଜରେ ଭ୍ରମ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ରହିଛି । ଏପରି ଘଟଣା ଉପରେ ଅଙ୍କୁଶ ନ ଲାଗିଲେ ସାଧାରଣ ଲୋକଙ୍କ ବିଶ୍ବାସ ଗଣମାଧ୍ଯମ ଉପରୁ କମିଯିବାର ଆଶଙ୍କା ରହିଛି। ଅନେକ ସଚେତନ ନାଗରିକ ପ୍ରଶାସନଙ୍କୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ, ପ୍ରକୃତ ଦୋଷୀ ଚିହ୍ନଟ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେହିପରି ସାଧାରଣ ଲୋକଙ୍କୁ ମଧ୍ୟ କୌଣସି ବ୍ୟକ୍ତି ସାମ୍ବାଦିକ ପରିଚୟ ଦେଲେ, ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ଏବଂ କୌଣସି ପ୍ରକାରର ସନ୍ଦେହ ହେଲେ ତୁରନ୍ତ ସ୍ଥାନୀୟ ପୁଲିସ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ଅନୁରୋଧ କରାଯାଉ